ସମିତି ସଭ୍ୟଙ୍କ ଶିକ୍ଷକ ସଙ୍ଗଠନ ପକ୍ଷରୁ ନବ ବର୍ଷର ଶୁଭେଚ୍ଛା

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ବ୍ଲକର ସମିତି ସଭ୍ୟ ବୃନ୍ଦ ଜାନୁଆରୀ ୪ ତାରିଖ ଦିନ ବିଭିନ୍ନ ଅଧିକାରୀ ଓ ବ୍ଲକ ଅଧ୍ୟକ୍ଷା ଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁଙ୍କ ନେତୃତ୍ୱରେ ସମିତି ସଭ୍ୟ କୃଷ୍ଣ ରା, ବିବେକାନନ୍ଦ ବାରିକ, ବିପ୍ର ଚରଣ ଜେନା, ଟୁନା ନାୟକ, ସମିତି ସଭ୍ୟା ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଓ ପିତାମ୍ବର ସେଠୀ ପ୍ରମୁଖ ବିଡ଼ିଓ ତନ୍ମୟ ପାତ୍ର, ତହସିଲଦାର ସଂଗ୍ରାମ କେଶରୀ ଜେନା, ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ବାଲିପଦର ଫାଣ୍ଡି ଓଆଇସି ନିରଞ୍ଜନ ଦାଶ ଓ ବ୍ଲକ ଅଧ୍ୟକ୍ଷା ମାମି ସେନାପତି ପ୍ରମୁଖଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ନବବର୍ଷ ୨୦୨୧ ର ଶୁଭେଚ୍ଛା ଜଣାଇବା ସହ ଶୁଭ କାମନା କରିଥିଲେ। ସେହିପରି ବୁଗୁଡା ବ୍ଲକ ନୂତନ ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଜାନୁଆରୀ ୪ ତାରିଖ ଦିନ ସଙ୍ଗଠନର ସଭାପତି ସୁରେନ୍ଦ୍ର ଜେନା, ସମ୍ପାଦକ ମାନସ ରଞ୍ଜନ ସେଠୀ, ସଂଯୋଜକ ବାୟା ସେଠୀ, ପ୍ରକାଶ ଚନ୍ଦ୍ର ପ୍ରଧାନ, ରଘୁନାଥ ସେଠୀ ପ୍ରମୁଖ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟକୁ ଯାଇ ବିଇଓ ନୀଳମାଧବ ଷଡଙ୍ଗୀ ଏବଂ ଏବିଇଓ ପିତାମ୍ବର ବିଷୋୟୀ ଓ ପ୍ରମୋଦ ଚନ୍ଦ୍ର ସେନାପତିଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ