ଆଇଟିଡିଏ ଦ୍ୱାରା ବିହନ ପାଇ ୧୦୦ରୁ ଉଦ୍ଦ୍ୱର୍ ଚାଷୀ ଉପକୃତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଦୁର୍ଗମ ଆଦିବାସୀ ବହୁଳ ଅଚଂଳରେ ବିକାଶ ନିମନ୍ତେ ସରକାର ବିଭିନ୍ନ ଯୋଜନା ଉନମୋଚନ କରିଛନ୍ତି । ଏଥିଦ୍ୱାରା ଲୋକେ ପଞ୍ଜିକୃତ କରି ଯେପରି ଲାଭବାନ ହେବେ ଏହାର ପ୍ରସାସୟ ଜାରି ରହିଛି ସେଥି ମଧ୍ୟରୁ ଆଇଟିଡିଏ ସମ୍ମାନିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ବିଭିନ୍ନନ କାମ କରି ଏନଆରଜିଏସରେ ଦିନକୁ ୨୦୭ ଟଙ୍କା ମଜୁରି ପାଇ ବେସ ଆନନ୍ଦିତ । ସେହିପରି ଅଚଂଳରେ ଚାଷି ମଧ୍ୟ ଅଧିକ ପରିମାଣରେ ଆଗରୁ ଅଳ୍ପ କିଛି ଚାଷ କରି ନିଜ ପରିବାର ପରିପୋଷଣ କରୁଥିଲେ । ବର୍ତମାନ ଆଇଟିଡିଏ ଦ୍ୱାରା ସରକାର ଚାଷୀମାନେ ଯେପରି ଉପକୃତ ହୋଇପାରିବେ ତାହାକୁ ନେଇ ପ୍ରକଳ୍ପ ପ୍ରକାଶକ ସରୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ମୋହନା ବ୍ଳକର ବିଭିନ୍ନ ପଚାଂୟତରେ ଚାଷୀମାନଙ୍କୁ ପରିବା ଚାଷ ପାଇଁ ବିହନ ବଂଟାଯାଇଥିଲା ୪୦୦ ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଶହ ଶଷ ଏକ୍ଟର ଜମିରେ ଚାଷ ହୋଇଛି ବର୍ତମାନ ଟମାଟ, ଫୁଲକୁବି, ଫଳକୁବି, ପତ୍ରକୁବି, ମୂଳା, ଗ୍ରୀନ ମଟର, ଆଦି ବିହନ ଦିଆଯାଇଥିଲା । ସେଥି ମଧ୍ୟରୁ ପ୍ରତାପୁର ଗ୍ରାମର ୧୦ରୁ ଉର୍ଦ୍ଧ୍ୱ ଚାଷୀ ୧୦୦ ଏକ୍ଟର ଜମିରେ ଚାଷ କରି ମୋହନା ବଜାର, ମହେନ୍ଦ୍ରଗଡ, ଚନ୍ଦ୍ରଗିରି, ଚାନ୍ଦିପୁଟ, ଶିକୁଳିପଦର, ଆଦିଅଚଂଳକୁ ଯାଇ ବ୍ୟବସାୟ କରି ଲାଭ ହୋଇଥିବା ଚାଷୀମାନେ କାଶୀନାଥ ପାଇକ, ଆଦିକନ୍ଧ ନାୟକ, ଲକ୍ଷ୍ମୀ ନାୟକ, ରାମଚନ୍ଦ୍ର ନାୟକ ଭଳି ବିଭିନ୍ନ ଚାଷୀ ଲାଭବାନ ହୋଇଛନ୍ତି । ସେମାନେ କହିଛନ୍ତି ଲକଡାଉନ ସମୟରେ ପାଖରେ ଖାଇବା ପାଇଁ ପଇସା ନଥିବା ସମୟରେ ଆଇଟିଡିଏ ଦ୍ୱାରା ପାଣି ମଟର, ଔଷଧ ଛିଚାଂ ଯନ୍ତ୍ର ବିହନ ପାଇ ଚାଷ କରି ବହୁ ଲାଭବାନ ହୋଇଛୁ । ଆଗକୁ ମଧ୍ୟ ଆହୁରି ଅଧିକ ପରିମାଣରେ ଚାଷ କରି ଜିଲ୍ଲା ବାହାରକୁ ମଧ୍ୟ ପନିପରିବା ଯୋଗାଇବୁ ବୋଲି ସେମାନେ ନିଜର ମତାମତ ପ୍ରକାଶ କରିଛନ୍ତି । ସରକାରଙ୍କ ତରଫରୁ ପାଣି ସୁବିଧା ଅଧିକ ପରିମାଣରେ ଯୋଗାଇଲେ ଆହୁରି ଅନେକ ଚାଷୀ ଏହି ସରକାରଙ୍କ ଯୋଜନାରେ ଉପକୃତ ହେବୁ । ଏହି ଯୋଜନା ଗୁଡିକ ଲୋକଙ୍କ ସମ୍ମୁଖରେ ଆଣୀବାରେ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଧେଶକ ଗୌତମ ସୁଆଣି,ସନ୍ତୋଷ ରାଉଳ, ସଞ୍ଜୟ ଛାଟି ପ୍ରମ୍ମୁଖ ଭୁମିକା ଗ୍ରହଣ କରିଛନ୍ତି । ବଜାର ଦରଠାରୁ କମ ଦରରେ ଦେଶୀ ପନିପରିବା ଯୋଗାଉଛନ୍ତି ଚାଷୀ ।


