ସମୀର ଟିଭିଏସ୍‌ର ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ସହରର କେଶପୁର ବଜାରସ୍ଥିତ ସମୀର ଟିଭିଏସ୍ ପକ୍ଷରୁ ଆସନ୍ତା ୨୩ ତାରିଖ ନେତାଜୀ ଜୟନ୍ତୀ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିନିମନ୍ତେ ବଗଡା ଗ୍ରାମ ପଞ୍ଚାୟତର ଶିରିଡି ସାଇବାବା ମନ୍ଦିରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସମୀର ଟିଭିଏସ୍‌ର ପ୍ରୋପାଇଟର ସମୀର କୁମାର ଚାନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଶୁଭଶ୍ରୀ ନାୟକ, କ୍ଷୀତିଶ କୁମାର କର, ସୁପ୍ତି ଦାସ, ଚୈତନ୍ୟ ସ୍ୱାଇ. ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା, ଦୀପକ ସାମଲ, ଶିକ୍ଷାବୀତ ପ୍ରତାପ ନାୟକ, ସାମ୍ବାଦିକ ପ୍ରଭାତ ପରିଡା, ଦେବଦତ୍ତ ଦାଶ, ସୁବ୍ରତ ସାମଲ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ରକ୍ତଦାନ ଶିବିରରେ କିଭଳି ଅଧିକରୁ ଅଧିକ ରକ୍ତଦାତାଙ୍କୁ ସାମିଲ କରାଯାଇପାରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ୨୩ତାରିଖ ପୂର୍ବାହ୍ନ ୯ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ରକ୍ତଦାନ ଶିବିର ଅନୁଷ୍ଠିତ ହେବାକୁ ଥିବାବେଳେ ରକ୍ତଦାତାମାନେ ମୋବାଇଲ ନଂ-୯୯୩୮୨୮୩୯୧୮ ଓ ୯୭୭୭୭୭୭୩୭୧ ରେ ଯୋଗାଯୋଗ କରିବାକୁ ସମୀର ଟିଭିଏସ୍ ପକ୍ଷରୁ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ