ସମୂହ ଛୁଟିରେ ଯିବେ ବେଲଗୁଣ୍ଠା ବିଇଓ କାର୍ଯ୍ୟାଳୟ କିରାଣୀ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ନଅ ଦଫା ଦାବି ନେଇ ଓଡ଼ିଶା ଅମଲା ସଂଘ ଗତ ମଇ 22 ତାରିଖରୁ କଳା ବ୍ଯାଜ୍ ପିନ୍ଧି କାର୍ଯ୍ୟ କରୁ୍ଥିବା ବେଳେ ଆସନ୍ତା ଜୁନ୍ ପହିଲାରୁ ବିଭିନ୍ନ ଦାବି ନେଇ ସମୂହ ଛୁଟି ଡ଼ାକରା ଦେଇଛି I ରାଜ୍ୟ ଅମଲା ସଂଘର ଏହି ଡ଼ାକରା କ୍ରମେ ବେଲଗୁଣ୍ଠା ଅମଲା ସଂଘ ମଧ୍ୟ ସମୂହ ଛୁଟିରେ ଯିବେ ବୋଲି ସୂଚନା ମିଳିଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ ଚାରି କିରାଣୀ ସମୂହ ଛୁଟିରେ ଯିବାପାଇଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଆବେଦନ ପତ୍ର ପ୍ରଦାନ କରିଛନ୍ତି I ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ କମଳ ଲୋଚନ ଦୋରା, ଶରତଚନ୍ଦ୍ର ରଥ, ବିଭୂ ନନ୍ଦନ ପଟ୍ଟନାୟକ ଏବଂ ଜନାର୍ଦ୍ଦନ ପରିଛା ପ୍ରମୁଖ ରାଜ୍ୟ ଅମଲା ସଂଘ ଆନ୍ଦୋଳନରେ ସାମିଲ୍ ନେବାପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରସନ୍ନ କୁମାର ବେହେରା ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀଙ୍କୁ ସାକ୍ଷାତ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟି ଦରଖାସ୍ତ ପ୍ରଦାନ କରିଛନ୍ତି I ତେବେ ବର୍ତ୍ତମାନ ଶିକ୍ଷକମାନଙ୍କର ପଦୋନ୍ନତି ନିମନ୍ତେ ପ୍ରକ୍ରିୟା ଚାଲିଥିବା ବେଳେ କିରାଣୀ ମାନଙ୍କର ସମୂହ ଛୁଟି ଏହି କାର୍ଯ୍ୟକ୍ରମକୁ ପ୍ରଭାବିତ କରିବ ବୋଲି ଆଲୋଚନା ହେଉଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ