ଅଧ୍ୟକ୍ଷଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କୁ ଅବସରକାଳିନ ସମର୍ଦ୍ଧନା ଅନୁଷ୍ଠାନ ପରିସରରେ ଦିଆଯାଇଛି |ଭାରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେବାସହ ଗତ ଦିନ ମାନଙ୍କରେ ଅଧ୍ୟକ୍ଷ ଶ୍ରୀ ରାଓ ଅନୁଷ୍ଠାନକୁ ଦେଇଥିବା କୃତିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ | ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡ଼କ୍ରସ ଉପଦେଷ୍ଟା ଦେବବ୍ରତ ସାହୁ ଯୁବ ରେଡ଼କ୍ରସର କୃତିତ୍ୱ ସମ୍ପର୍କରେ କହିଥିଲେ |ଅହିବସରରେ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ ଏବଂ ତାଙ୍କ ସହଧର୍ମିଣୀ ଇ ବିଜୟଲଷ୍ମୀଙ୍କୁ ଉପଢୌକନ, ମାନପତ୍ର, ଫୁଲତୋଡ଼ା ଏବଂ ଉପହାର ଦିଆଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରୁନିବାଳା ତ୍ରିପାଠୀ, ଦେଵେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ସ୍ନିଗ୍ଧା ରାଣୀ ଗୌଡ଼, ଭାରତୀ ବିଶ୍ୱାଳ, ସଞ୍ଜୟ ସାହୁ, ମହେଶ୍ୱର ରାଉତ, ପି ଦୀପକ ରାଓ, ଗଙ୍ଗାଧର ରଣା,ରୁପାଲୀ ବିଷୋଇ, ପିଙ୍କି ପଲାଇ, ସନ୍ତୋଷୀ ପରିଡା, ରମେଶ ଚନ୍ଦ୍ର ଗୌଡ଼, ମହେଶ୍ୱର ଗୌଡ଼, ଦିପୁ ଭୂୟାଁ ବକ୍ତବ୍ୟ ପ୍ରଦାନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ