ସମ୍ପତ୍ତି ଭାଗ ବଣ୍ଟା କୁ ନେଇସାନ ଭାଇ କୁ ଆକ୍ରମଣ କରି ବଡ଼ଭାଈ ଜେଲ୍ ଗଲେ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ କଂସାମାରି ଗ୍ରାମରେ ସାନ ଭାଇ କୁ ଆକ୍ରମଣ କରି ବଡ଼ ଭାଈ ଜେଲ୍ ଯାଇଥବା ଜଣାପଡ଼ିଛି। ବଡ ଭାଈ ଜଣଙ୍କ ହେଉଛନ୍ତି କଂସାମାରି ଗ୍ରାମର ଜାଗିଲି ବେହେରା, ଆହାତ ଜଣଙ୍କ ହେଲେ ସାନ ଭାଇ ଗଣେଶ ବେହେରା l ସୂଚନା ଯୋଗ୍ୟ ପିତୃ ସମ୍ପତ୍ତି ଭାଗ ବଣ୍ଟା କୁ ନେଇ ବହୁ ବର୍ଷ ଧରି ଦୁଇ ଭାଈ ଙ୍କ ମଧ୍ୟ ରେ ତିକ୍ତତା ଲାଗିରହିଥିବା ବେଳେ ରବିବାର ଭୋରୁ ତାହା ଉଗ୍ର ରୂପ ନେଇଥିଲା l ରବିବାର ଭୋରୁ ଉଭୟ ଡେଙ୍ଗାଓସ୍ତl ମେଡ଼ିକାଲ ଛକ ନିକଟରେ ସମ୍ପତ୍ତି ଭାଗ ବଣ୍ଟା କୁ ନେଇ ବଚସା ହୋଇଥିଲା ଯାହାକି ଉଗ୍ର ରୂପ ଧାରଣ କରିଥିଲା l ବଡ ଭାଇ ଏକ ଲୁହା ରଡ଼ ରେ ସାନ ଭାଇକୁ ଆକ୍ରମଣ କରିଥିବା ବେଳେ ମୁଣ୍ଡ ଫାଟି ଆହାତ ହୋଇଥିଲେ ଘଟଣା ସ୍ଥଳରେ କିଛି ଲୋକ ବୁଝା ସୁଝା କରିଥିଲେ l ସାନ ଭାଇ ଗଣେଷ ବେହେରା ଗୁରୁତର ଆହତ ହୋଇ ଦିଗପହଣ୍ଡି ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ହୋଇ ପାଟପୁର ଥାନାରେ ଅଭିଯୋଗ କରିଥିବା ବେଳେ ବଡ ଭାଇ ଜାଗିଲି ବେହେରା ମଧ୍ୟ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ କୁ ଭିତ୍ତି କରି ପାଟପୁର ଥାନା ରେ ୨ ଟି ମାମଲା ରୁଜୁ ହୋଇଥିବା ବେଳେ ବଡ ଭାଇ ଜାଗିଲି ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି, ଜାମିନ ନା ମଞ୍ଜୁର ହେବାରୁ ଅଭିଯୁକ୍ତ କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ