ସମ୍ବଲପୁର ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ଗଣଦୁଷ୍କର୍ମ ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ ।ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ସ୍ଥାନୀୟ ଅଂଚଳର ବୋଲି ଜଣାପଡିଛି ।ପୋଲିସ ସେମାନଙ୍କ ବିଷୟରେ ଅଧିକ କିଛି ତଥ୍ୟ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଏସପି କନୱର ବିଶାଲ ସିଂ ମନା କରିଦେଇଛନ୍ତି ।ଗୋପନୀୟତାର ସହ କିଭଳି ଅପରାଧି ମାନଙ୍କୁ ଠାରୁ ପ୍ରମାଣ ହାସଲ କରି ଦୋଷୀ ମାନଙ୍କୁ କଠୋର ରୁ କଠୋର ଦଣ୍ଡ କିପରି ଦିଆଯିବ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।ସେମାନଙ୍କୁ ୨୦ ଦିନ ଭିତରେ ସମସ୍ତ ତଥ୍ୟ ହାସଲ କରିବା ସହ ସେମାନଙ୍କ ଡାକ୍ତରୀ ମାଇନା ହେବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଦେଶରେ ଗଣ ଦୁଷ୍କର୍ମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ସମ୍ବଲପୁରରେ ଗଣ ଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ଜଣେ ମହିଳାଙ୍କୁ ରାସ୍ତା କଡରେ ଫୋପାଡି ଚାଲିଯିବା ନିତାନ୍ତ ଭାବେ ପରିତାପର ବିଷୟ । ବର୍ତ୍ତମାନ ବୁର୍ଲା ମେଡିକାଲରେ ପିଡିତା ଚିକିତ୍ସିତ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ