ଆରପାରିରେ ଗାୟକ ପ୍ରଶାନ୍ତ ପଟ୍ଟନାୟକ

ବ୍ରହ୍ମପୁର, (‌ ୱାଇଏନ୍‌ଏସ୍‌): ଗଞ୍ଜାମ ଜିଲ୍ଲାର ମହମ୍ମଦ ରଫି ଗାୟକ ଭାବେ ଅତି ପରିଚିତ ପ୍ରଶାନ୍ତ ପଟ୍ଟନାୟକଙ୍କ ନିଜ ବାସଭବନରେ ରବିବାର ରାତିରେ ପରଲୋକ ହୋଇଯାଇଛି । ସେ ବ୍ରହ୍ମପୁରରେ ଏକ କଣ୍ଡଶିଳ୍ପୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ, ଦୁଇ ପୁତ୍ରଙ୍କ ସମେତ ପରିବାରର ବହୁ ସଦସ୍ୟ ଉପସ୍ଥିତ ଥିଲେ । ଦୀର୍ଘ ବର୍ଷ ଧରି ସେ ମେଲୋଡ଼ି ଓ ସଙ୍ଗୀତ ସାଧନଭାବେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ