ବିଜୁ କନ୍ୟାରତ୍ନ ଯୋଜନାର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମେଳନ କକ୍ଷ ଠାରେ ଗଜପତି ଜିଲ୍ଲାରେ ବିଜୁ କନ୍ୟାରତ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି। ପ୍ରଥମେ ମୁଖ୍ୟ ଅତିଥି ଏବଂ ଉପସ୍ଥିତ ଅତିଥି ଯଥା ସୁଶ୍ରୀ ସ୍ବାତୀ ଏସ୍. କୁମାର, ଆରକ୍ଷୀ ଅଧିକ୍ଷକ, ଗଜପତି, ସୁଶ୍ରୀ ମମତା ପରିଡ଼ା, ଜିଲ୍ଲା ମଙ୍ଗଳ ଅଧିକାରୀ, ଶ୍ରୀଯୁକ୍ତ ଅଶ୍ବିନୀ କୁମାର ମହାପାତ୍ର, ଅଧ୍ୟକ୍ଷ, ଶିଶୁ ମଙ୍ଗଳ ସମିତି, ଶ୍ରୀଯୁକ୍ତ ଅମୀୟ କୁମାର ତ୍ରିପାଠୀ, ପ୍ରଶିକ୍ଷକ, ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମାନେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର 4ଟି ପଞ୍ଚାୟତ ସମିତି ଯଥା କାଶୀନଗର, ଗୁମ୍ମା, ରାୟଗଡ଼ ଓ ଗୋଷାଣୀର ସମସ୍ତ ଆବସିକ ବିଦ୍ୟାଳୟର ହଷ୍ଟେଲ ସୁପିରିଣ୍ଟେଡ଼େଣ୍ଟ ଏବଂ ମେଟ୍ରୋନ୍ ଯୋଗ ଦେଇଥିଲେ। ପ୍ରଥମେ ଆରକ୍ଷୀ ଅଧିକ୍ଷକ ମହୋଦୟା ଭାରତ ବର୍ଷରେ କେରଳ ରାଜ୍ୟରେ ପୁଅ ତୁଳନାରେ ଝିଅର ହାର ସବୁଠାରୁ ଅଧିକା ଥିବା ଦର୍ଶାଇ ସମାଜ ଏବଂ ପରିବାରରେ ଝିଅ ମାନଙ୍କର ଗୁରୁତ୍ବ ଏବଂ ବର୍ତ୍ତମାନ ପରିସ୍ଥିତିରେ ପ୍ରତିକ୍ଷେତ୍ରରେ ଝିଅ ମାନଙ୍କର ସଫଳତାକୁ ଅତି ସୁନ୍ଦର ଭାବେ ଆଲୋଚନା କରିଥିଲେ।ପରବର୍ତ୍ତି ମୁହୂର୍ତ୍ତରେ ଜିଲ୍ଲାପାଳ ଅନ୍ୟ ଜିଲ୍ଲା ତୁଳନାରେ ଗଜପତିରେ ପୁଅ ଅପେକ୍ଷା ଝିଅର ହାର ଅଧିକ ଥିବା କହି ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏହା କିପରି ଆଗମୀ ଦିନରେ ଆହୁରି ଆଗରୁ ଯାଇପାରିବ ସେକଥା ଆଲୋଚନା କରିଥିଲେ ଏବଂ ପ୍ରତି କ୍ଷେତ୍ରରେ ଜିଲ୍ଲାରେ ଝିଅ ମାନଙ୍କୁ କିପରି ଗୁରୁତ୍ବ ଦିଆଯାଉଛି ତାହାରି ଉପରେ ଆଲୋଚନା କରିଥିଲେ।ପରେ ଜିଲ୍ଲାପାଳ ଏବଂ ସମସ୍ତ ଅତିଥି ଉପସ୍ଥିତ କନ୍ୟାରତ୍ନ ଙ୍କୁ ଜନ୍ମ ଦେଇଥିବା ଜିଲ୍ଲାର କିଛି ମାଁ ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହ ବେବି କିଟ୍, ଚକୋଲେଟ୍ ଏବଂ ସେମାନଙ୍କ ଘର ଆଗରେ ଲଗାଇବାକୁ ଥିବା ଏକ ନାମଫଳକ ପ୍ରଦାନ କରିଥିଲେ ।ପରବର୍ତ୍ତି ମୁହୁର୍ତ୍ତରେ ବ୍ରହ୍ମପୁରରୁ ଆସିଥିବା ପ୍ରଶିକ୍ଷକ 60 ରୁ ଉର୍ଦ୍ବ୍୍ ଆବାସିକ ବିଦ୍ୟାଳୟରୁ ଆସିଥିବା ମେଟ୍ରୋନ୍ ଏବଂ ସୁପରିଣ୍ଟେଡ଼ଣ୍ଟଙ୍କୁ ପିଲାମାନଙ୍କର ନିରପତ୍ତା ଓ ସୁରକ୍ଷା ଉପରେ ପ୍ରଶିକ୍ଷଣ ଦେଇଥିଲେ। ମୁଖ୍ୟ ଭାବେ ଝିଅ ମାନଙ୍କୁ ଯୌନ ଶୋଷଣରୁ ରୋକିବା ଲାଗି ଆଗରୁ ନେବା ପଦକ୍ଷେପ ଏବଂ କିଛି ଘଟଣା ଘଟିଲା ପରେ ରିପୋର୍ଟିଂ କିପରି କରାଯିବ ତାହାରି ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଉତ୍କଳ ବାଳାଶ୍ରମ, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ