ସରକାରୀ ବିଦ୍ୟାଳୟରେ ବୋମା ଫୁଟି ୨ ଗୁରୁତର
ଆସ୍କା , (ଯୁଗାବ୍ଦନ୍ୟୁଜ ) : ଗଞ୍ଜାମ ଜିଲ୍ଲା ଆସିକା ଥାନା ମାଗୁରା ସରକାରୀ ବିଦ୍ୟାଳୟ ନିକଟରେ ବୋମା ଫୁଟି ବିଦ୍ୟାଳୟର ଦୁଇ ଛାତ୍ର ଗୁରୁତର ଆହାତ ହୋଇଛନ୍ତି । ସୁଚନ୍ରାକାରେ , ଶନିବାର ସ୍କୁଲରେ ମଧ୍ୟାହ୍ନ ଭୋଜନ ଚାଲିଥିବା ସମୟରେ ଜଣେ ଛାତ୍ରକୁ କିଛି ଚକଚକିଆ ଜିନିଷ ମିଳିଥିବାବେଳେ ତାକୁ ବିଦ୍ୟାଳୟ ପରିସର ବାହାରକୁ ଫେ।।ଡି ଦେବାବେଳେ ବୋମା ବିସ୍ଫୋରଣ ଘଟି ଦୁଇଜଣ ଛାତ୍ର ଗୁରୁତର ଆହାତ ହୋଇଥିଲେ । ଗୁରୁତର ଛାତ୍ର ସପ୍ତମ ଖ୍ନେଣୀର ରାଜା ନାୟକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣାଡିଛି । ଏହି ଦୁଇ ଗୁରୁତର ଛାତ୍ରଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରାଯାଇବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମାଇବାବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମ.କେସିଜିକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି ।


