ମା ବସ୍ତାରେନ ମାଉଳିଙ୍କ ବାର୍ଷିକ ଆଷାଢ କେନା ଯାତ୍ରା ଅନୁଷ୍ଠିତ

କଳାହାଣ୍ଡି , (ଯୁଗାବ୍ଦ ନ୍ୟୁଜ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଠାରେ ମା ବସ୍ତାରେନ ମାଉଳିଙ୍କ ବାର୍ଷିକ ଆଷାଢ କେନା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବା ବେଳେ ବହୁଡାଯାତ୍ରା ପରେ ପ୍ରଥମ ଶୁକ୍ରବାର ଦିନ ପାଳିତ ହୁଏ। ଯାତ୍ରା ଅଂଚଳ ର ପ୍ରମୁଖ ଯାତ୍ରା ହୋଇଥିବା ଯୋଗୁଁ ଯିଏ ଯେଉଁଠି ଥିଲେ ମଧ୍ୟ ଗାଁ କୁ ଆସି ଯାତ୍ରା ରେ ସାମିଲ ହୁଅନ୍ତି। ପରମ୍ପରା ଅନୁସାରେ ପାଳିତ ହେଉଥିବା ପର୍ବ ପାଇଁ ଉତ୍ସବ ମୁଖର ହୋଇପଡେ ଟେମରା ଗ୍ରାମ ଗ୍ରାମ ପୁଝାରି ଙ୍କ ଘରୁ ନିର୍ଧାରିତ ସମୟ ଅନୁସାରେ ଦେବୀ ପୀଠ କୁ ଲାଠି ଆସିବା ସହ ଅନ୍ୟ ଦେବା ଦେବୀଙ୍କ ଲାଠି କୂର୍ସି ଆସି ଏକତ୍ରିତ ହେବା ପରେ କାଲିସି ଦେହ ରେ ଦେବୀ ବିରାଜମାନ କରି ଶ୍ରଦ୍ଧାଳୁ ମାନଙ୍କୁ ଆଶୀର୍ବାଦ ଦେଇ ସେମାନଙ୍କ ମନସ୍କାମନା ପୂର୍ଣ କରିଥାନ୍ତି। ମା ବସ୍ତାରେନ ମାଉଳି ଛତିଶଗଡ଼ ଦନ୍ତେବାଡ଼ା ଅଞ୍ଚଳ ରୁ ଏହି ପୀଠ ରେ କେଉଁ କାଲ ରୁ ପୂଜା ପାଇ ଆସୁଛନ୍ତି। ଆଷାଢ଼ କେନା ମଣ୍ଡେଇ ଯାତ୍ରା ର ମୁଖ୍ୟ ଆକର୍ଷଣ କାଲିସି ମାନଙ୍କ କଣ୍ଟା ଦୋଳି ରେ ଝୁଲିବା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିବା ବେଳେ ମାନସିକ ଧାରୀ ମାନେ ଶୁକ୍ଳ ଭୋଗ ସହ ରକ୍ତଭୋଗ ଦେଇ ନିଜର ମାନସିକ ପୂରଣ କରିଥାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ