ସରକାରୀ ସ୍କୁଲ ପରିସରରେ ନିର୍ବାଚନୀ ପ୍ରଚାର ବିବାଦରେ ହମାମାଳିନୀ

ମଥୁରା(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନରେ ମଥୁରା ସଂସଦୀୟ ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ ଏବେ ଏକ ବିବାଦରେ ଫସିଯାଇଛନ୍ତି । ମଥୁରା ନିର୍ବାଚନମଣ୍ଡଳୀରେ ଥିବା ଏକ ସରକାରୀ ସ୍କୁଲ ପରିସରରେ ଆଜି ସେ ନିର୍ବାଚନୀ ପ୍ରଚାର କରିଥିବା ଏବଂ ଏପରି କରି ସେ ନିର୍ବାଚନ ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ରାଜ୍ୟ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି । ତେବେ ଏସମ୍ପର୍କରେ ହେମାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ହେମାମାଳିନୀଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହେବାକୁ ଥିବା ଏକ ସାଧାରଣ ସଭା ମଥୁରାର ଚୌମୁହା ବ୍ଲକ୍ ଅନ୍ତର୍ଗତ ଆଝାଇ ଗ୍ରାମରେ କରିବା ପାଇଁ ଅନୁମତି ନିଆଯାଇଥିଲା । ମାତ୍ର ଶେଷ ସମୟରେ ଆୟୋଜକ ଗ୍ରାମର ପ୍ରସ୍ତାବିତ ସ୍ଥାନ ବଦଳରେ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ ସଭା ପାଇଁ ବ୍ୟବସ୍ଥା କରାଇଥିଲେ । ଦୁର୍ଭାଗ୍ୟବଶତଃ ଯେଉଁ ସମୟରେ ସଭାର ଆୟୋଜନ ହେବାକୁ ଥିଲା, ସେହି ସମୟରେ ସ୍କୁଲରେ ପିଲା ପାଠ ପଢ଼ାଚାଲିଥିଲା । କେବଳ ଏତିକି ନୁହେଁ ହେମାମାଳିନୀ ଅସିବା ପୂର୍ବରୁ ଲୋକମାନଙ୍କୁ ଆକର୍ଷିତ କରିବା ପାଇଁ ଆୟୋଜକ ସକାଳ ୧ଠଟାରୁ ୧୧ ପର୍ଯ୍ୟନ୍ତ ହରିୟାଣବୀ ନୃତ୍ୟ ମଧ୍ୟ କରାଇଥିଲେ । ତେବେ ବିଦ୍ୟାଳୟରେ ପିଲାଙ୍କ ପାଠପଢ଼ା ଚାଲୁଥିବା ସମୟରେ ଏପ୍ରକାର କାର୍ଯ୍ୟକ୍ରମ ତଥା ନିର୍ବାଚନୀ ସଭା ଆୟୋଜନ କରିବା ନେଇ ସହାୟକ ନିର୍ବାଚନ ଅଧିକାରୀ ସାଂସଦ ହେମାମାଳିନୀ ଓ ନିର୍ବାଚନୀ ସଭା ପାଇଁ ଆବେଦନ କରିଥିବା ପଙ୍କଜ ଶର୍ମାଙ୍କୁ ଆଚାର ସଂହିତା ଉଲଙ୍ଘନ କରିବା ନେଇ ନୋଟିସ୍ ଜାରି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ