୨ ସନ୍ଦିଗ୍ଧ ଠାବ, ହାଇଆଲର୍ଟ

କଟ୍ରା/ଜାମ୍ମୁ(ଏଜେନ୍ସି): ଦେଶର ଅନ୍ୟତମ ପ୍ରମୁଖ ଓ ପ୍ରସିଦ୍ଧ ଧର୍ମପୀଠ ମାତା ବୈଷ୍ଣୋଦେବୀ ମନ୍ଦିର ଆଖପାଖ ଅଞ୍ଚଳରେ ଜାମ୍ମୁ କାଶ୍ମୀର ପ୍ରଶାସନ ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି । ମିଳିଥିବା ସୂଚନାନୁସାରେ ବୈଷ୍ଣୋଦେବୀ ପୀଠ ନିକଟସ୍ଥ କଟ୍ରା ରେଳଷ୍ଟେସନରୁ ଆଜି ପ୍ରତ୍ୟୁଷରେ ଦୁଇଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଠାବ କରାଯିବା ପରେ ସମଗ୍ର କଟ୍ରା ସମେତ ବୈଷ୍ଣୋଦେବୀ ପୀଠ ପରିସର ଓ ଆଖାପାଖ ଅଞ୍ଚଳରେ ଜାମ୍ମୁ କାଶ୍ମୀର ପ୍ରଶାସନ ହାଇଆଲର୍ଟ ଜାରି କରିଛି । ଏଥିସହ ଏହି ଅଞ୍ଚଳରେ ଆଉ କିଛି ଆତଙ୍କବାଦୀ ରହିଥିବା ସନ୍ଦେହରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଛି । ବୈଷ୍ଣୋ ଦେବୀପୀଠରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରି ଦିଆଯିବା ସହ ପୀଠକୁ ଯାଇଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇ ସମସ୍ତ ଯାତ୍ରୀଙ୍କ ତନ୍ନତନ୍ କରି ଯାଞ୍ଚ୍ କରାଯାଉଛି । ଏଥିସହ ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ଆକାଶ ମାର୍ଗରୁ ମଧ୍ୟ ନୀରିକ୍ଷଣ ପ୍ରକ୍ରିୟା ଜାରି ରହିଛି । ଉଲ୍ଲେଖଯୋଗ୍ୟ, ମାତା ବୈଷ୍ଣୋ ଦେବୀ ପୀଠକୁ ପ୍ରତ୍ୟେକ ଦିନ ଲକ୍ଷାଧିକ ଭକ୍ତ ଆସିଥାନ୍ତି । ତେଣୁ, ଆତଙ୍କବାଦୀ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ଏପରି ଏକ ଜନବହୁଳ ଅଞ୍ଚଳକୁ ନିଜର ଟାର୍ଗେଟ କରିପାରନ୍ତି ବୋଲି ସନ୍ଦେହ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ