ରକ୍ତଦାନ ଶିବିର ଅନଷ୍ଠିତ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର କେ. ନୂଆଗଡ ଗ୍ରାମର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗଠିତ “ଏଭର ଗ୍ରିନ ଫ୍ରେଣ୍ଡସ ଗ୍ରୁପ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ରବିବାର ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମ ନାରାୟଣ ପଣ୍ଡା ପ୍ରଦୀପ ପ୍ରଜ୍ଵଳନ କରି ଶୁଭାରମ୍ଭ କରିଥିଲାବେଳେ ବେଳେ ପ୍ରଧାନ ଶିକ୍ଷକ ସନିତ୍ କୁମାର ଜେନାଙ୍କ ସମେତ ସହକାରୀ ଶିକ୍ଷକ ବଳରାମ ସେଠୀ, ଭାସ୍କର ଗୌଡ଼, ସିମାଞ୍ଚଳ ପ୍ରଧାନ, ବିଦେଶୀ ବାଡତ୍ୟା , ସୁଧୀର୍ ଦାସ ଏବଂ କରୁଣାକର ବିଶୋଈ ପ୍ରତ୍ୟକ୍ଷ ସହଯୋଗ କରିଥିଲେ କ୍ଷ ଗ୍ରୁପ୍ ଅଧ୍ୟକ୍ଷ ଚିନ୍ମୟ ପୋଲାଇଙ୍କ ନେତୃତ୍ଵରେ ଗ୍ରୁପ୍ ସଦସ୍ୟ ହିମାଂଶୁ, ବାଳକୃଷ୍ଣ, ଉମେଶ, କାହ୍ନକ୍ଷ, ସୁଶାନ୍ତ, ମୁନା, ତୋଫାନ, ଅରୁଣ, ଜ୍ୟୋତି, ସୁନୀଲ, ଚନ୍ଦନ, ସୁଧାକର, ବସନ୍ତ, ଶଙ୍କର , ହରି ଏବଂ ରାଧାଙ୍କ ଦକ୍ଷ ପରିଚାଳନାରେ ତଥା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଶିଶିର ସାବତଙ୍କ ନଅ ଜଣିଆ ମେଡିକାଲ୍ ଟିମ୍ ର ତତ୍ତ୍ଵାବଧାନରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ଶିବିରରେ ୧୦ ଜଣ ମହିଳା ରକ୍ତଦାନ କରିବା ସମେତ ୨୫ ଜଣ ନୂତନ ରକ୍ତଦାତା ରକ୍ତ ଦାନ କରିଥିଲେ । ବିଦ୍ୟାଳୟର ତିନି ଶିକ୍ଷକ ତଥା ତିନି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାସ୍କର ଗୌଡ଼, ବିଦେଶୀ ବାଡତ୍ୟା ଏବଂ ସୁଧୀର୍ ଦାସ ରକ୍ତ ଦାନ କରି ରକ୍ତ ଦାତା ମାନଙ୍କ ଉତ୍ସାହ ବଢାଇଥିଲେ । କାର୍ୟ୍ୟକ୍ରମରେ ଗାଙ୍ଗପୁର ଥାନା ଅଧିକାରୀ ଧୀରେସ୍ କୁମାର ଦାସ, ଯୁବ ରେଡକ୍ରସ୍ ଜିଲ୍ଲା ସଭାପତି ବି. ଗୋବିନ୍ଦ ରାଓ, ଅଧ୍ୟାପକ ବିଷ୍ଣୁପ୍ରସାଦ ପଟ୍ଟନାୟକ,ସମାଜସେବୀ ଗୋରାଚାନ୍ଦ ସ୍ଵାଇଁ, ରେସ୍ପଣ୍ଡ ଟ୍ରଷ୍ଟ ଅଧ୍ୟକ୍ଷ ସ୍ୱସ୍ତୀ ସୁନ୍ଦର ସିୟ, ଗଣ ମାଧ୍ୟମ ପ୍ରତିନିଧି ରାଜେଶ୍ ପାତ୍ର ଏବଂ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଗ୍ରାମାଞ୍ଚଳରେ ଏହିଭଳି କାର୍ୟ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ ।ପରିଶେଷରେ ପ୍ରଧାନ ଶିକ୍ଷକ ସନିତ୍ କୁମାର ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ ।


