ସାଇକେଲରେ ବୁଲି ସ୍ୱଚ୍ଛତାର ତଦାରଖ କଲେ ଗଂଜାମ ଜିଲ୍ଲାପାଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌):ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଭିନ୍ନଢଙ୍ଗରେ କାର୍ଯ୍ୟକରି ବହୁବାର ଚର୍ଚ୍ଚାରେ ରହିଆସିଛି । ଜିଲ୍ଲାରେ ସ୍ୱଚ୍ଛତା ଏବଂ ପ୍ଲାଷ୍ଟିକ୍ ପଲିଥିନ୍ ବନ୍ଦ କରିବା ନିମନ୍ତେ ବହୁ ସଚେତନତା କରିବା ଘନ ଘନ ଚଢାଉ କରୁଛନ୍ତି । ଏନେଇ ଗଂଜାମ ଜିଲ୍ଲା ପାଳ ନିଜେ ସକାଳୁ ଭୋର ଉଠି ଅଚାନକ ଜିଲ୍ଲାର ବହୁ ସହରାଞ୍ଚଳ ବୁଲି ସ୍ୱଚ୍ଛତା ଓ ପରିମଳର ତଦାରଖ କରିଆସୁଛନ୍ତି । ପଲିଥିନ ବ୍ୟବହାର ନକରିବା ସହିତ ଡଷ୍ଟବିନ୍ ବ୍ୟବହାର କରିବା ନିମନ୍ତେ ଦୋକାନ ଦୋକାନ ବୁଲି ସଚେତନ କରୁଛନ୍ତି । କେତେବେଳେ ଜିଲ୍ଲପାଳ ଅଚାନକ ରାତି ୧୦ଟାରେ ବୁଲି ଏହାର ତଦାରଖ କରିବାସହ କେତେବେଳେ ଚାଲିଚାଲି ବୁଲି ବ୍ୟବସାୟୀମାନଙ୍କୁ ତାଗିଦ୍ କରୁଛନ୍ତି । ଏନେଇ ମଙ୍ଗଳବାର ଅପରାହ୍ନ ୪ଟାରୁ ୫ ପର୍ଯ୍ୟନ୍ତ ୧ଘଣ୍ଟା ଧରି ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନିଜେ ସାଇକେଲ ଯୋଗେ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ପରିକ୍ରମା ବିଭିନ୍ନ ଦୋକାନ ବଜାର ବୁଲି ସ୍ୱଚ୍ଛତା ଓ ପରିମଳ ଉପରେ ତଦାରଖ କରିଥିଲେ । ପଲିଥିନ୍ ବ୍ୟବହାର କରୁଥିବା ନେଇ ବ୍ୟବସାୟୀଙ୍କୁ ତାଗିଦ୍ କରିଥିଲେ । ସେହିପରି ବାଳିକା ହାଇସ୍କୁଲ ସମ୍ମୁଖ ରୋଡ ଦୁଇପାଶ୍ୱର୍ରେ ବସିଥିବା ପନିପରିବା ବ୍ୟବସାୟୀ ମାନଙ୍କୁ ସ୍ୱଚ୍ଛତା ଉପରେ ଜିଲ୍ଲାପାଳ ବାତ୍ତା ଦେବା ସହ ସମସ୍ତେ ଡଷ୍ଟବିନ୍ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ବାହରେ ଅଳିଆ ପକାଇବା ସହ ପଲିଥିନ୍ ବ୍ୟବହାର କରୁଥିବା ଅଭିଯୋଗରେ ମୋଟ ୫ଟି ଦୋକାନ ଠାରୁ ୨୫ହଜାର ୨୫ହଜାର ୫ଶହଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ସେଥିମଧ୍ୟରୁ ରିକାପଲ୍ଲୀ ଛକସ୍ଥିତ ବିଦେଶୀ ମଦଦୋକାନ ୧୦ହଜାର ଟଙ୍କା , ତାଡେପଲ୍ଲୀ ସ୍ଥିତ ଏକ ସାର ଦୋକାନ ୫ହଜାର ଟଙ୍କା ଜୋରିମାନା ଆଦାୟ ହୋଇଥିଲା । ଜଣେ ପନିପରିବା ବ୍ୟବସାୟୀ ପଲିଥିନ୍ କାରବାର କରୁଥିବା ରୁ ତାଙ୍କ ଠାରୁ ୫ହଜାର ଟଙ୍କା ଜରିମାନା ଅଦାୟ ହୋଇଥିଲା ଏବଂ ଜଣେ ଛତୁ ବ୍ୟବସାୟୀ ଠାରୁ ମଧ୍ୟ ୫ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲ।। ସେହିପରି ନୂଆବସଷ୍ଟାଣ୍ଡ ନିକଟ ଏକ ଠେଲା ଗାଡି ଠାରୁ ୫ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଏନଏସି ପକ୍ଷରୁ ସୂଚନା ମିଳିଛି । ଏହି ପରିଦର୍ଶନରେ ଗଂଜାମ ଜିଲ୍ଲାପାଳଙ୍କ ସହ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ପରିମଳ ନିରିକ୍ଷୀକ ଗୈାରହରୀ ପଣ୍ଡା, ଟିକସ ଅସୁଲକାରୀ ଜି.ଜଗଦୀଶ ରେଡ୍ଡୀ, ହିସାବ ରକ୍ଷକ ଯୁଗଳ କିଶୋର ଦାସ, ପ୍ରଭାକର ବେହେରାଙ୍କ ସମେତ ବହୁ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ