ସୁରତର ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା, କମ୍ପାନୀ ସମ୍ମୁଖରେ ଉତେଜନା ,ପୋଲିସର ଲାଠି ଚାର୍ଜ ,୩୨ ଆହାତ

ଭଂଜନଗର,(ପ୍ରଦ୍ୟୁମ୍ନ ପାତ୍ର ): ସୁରତର ସୂତା କଳରେ ଶ୍ରମିକ ଭାବେ କାମ କରୁଥିବା ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଳକ୍ ଅନ୍ତର୍ଗତ ଭାବରଡା ଗ୍ରାମର ପ୍ରଫୁଲ ସେଠୀ ଙ୍କ ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ଘଟଣକୁ ନେଇ ପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ସମାଧାନ ର ପନ୍ଥା ବାହାରି ପାରୁନାହିଁ ।ଓଡ଼ିଆଙ୍କ ଧର୍ମଘଟ ଜାରି ରହିବା ସହ ଉତ୍ତେଜନା ଦେଖାଦେଇଛି ।ଗତ ଚାରି ଦିନ ଧରି ଶତାଧିକ ଓଡ଼ିଆ ଶ୍ରମିକ ଏବଂ ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘର ସଦସ୍ୟ ମାନେ ଡାଇମଣ୍ଡ ନଗର ସ୍ଥିତ ଦୁର୍ଘଟଣା ଘଟିଥିବା ମୟୁରଭାଇ ଖାତା କାରଖାନା ସମ୍ମୁଖରେ ଧାରଣା ଦେଇଥିଲେ ।ଧାରଣା ସ୍ଥଳରୁ ସୋମବାର ମଧ୍ୟାହ୍ନ୧୨.୩୦ସମୟରୁ ସର ଥାନା ଏସିପି କେ.ସି ପଟେଲ ଘଟଣା ସ୍ଥଳରେ ପହଞ୍ଚି ୮ ଜଣ ଶ୍ରମିକଙ୍କୁ।ଥାନା କୁ ଉଠେଇ ଆଣିଥିଲେ ।ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘ ପ୍ରମୁଖ ପ୍ରଦୀପ କୁମାର ସାହୁ ଥାନାକୁ ଯାଇ ଆଲୋଚନା କରିବାପରେ ଦୀର୍ଘ ସାତ ଘଣ୍ଟା ପରେ ଶ୍ରମିକ ମାନଙ୍କୁ ପୋଲିସ ଛାଡିଥିଲା ।ମୃତ ପ୍ରଫୁଲଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆନ୍ଦୋଳନ ଜାରି ରଖିଥିବା ବେଳେ କାରଖାନା ମାଲିକ ମୟୁର ଭାଇ ପଟେଲ ସୋମବାର ରାତ୍ର ସୂଦ୍ଧା ତିନି ଲକ୍ଷ୍ ଦେବା ପାଇଁ ରାଜି ହୋଇଥିଲେ ।ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଓଡିଶା ସରକାରଙ୍କ ଖର୍ଚ୍ଚରେ ପ୍ରଫୁଲଙ୍କ ଶବ ଅଣାଯିବ ବୋଲି ବିଧାୟକ ପ୍ରକାଶ କରିଥିଲେ ।କିନ୍ତୁ ଗତ ରାତିରେ ସୂତା କଳ କାରଖାନା ସଂଘର ଜରୁରୀ ବୈଠକ ଡକାଇ ପ୍ରଫୁଲଙ୍କ ପରିବାରକୁ ଟଙ୍କାଟିଏ ବି ନ ଦେବା ପାଇଁ ନିଷ୍ପତ୍ତି ନେବାସହ ପ୍ରଥମେ ପ୍ରଫୁଲଙ୍କ ମୃତ୍ୟୁ ହୃଦଘାତର ହୋଇଥିବା କହୁଥିବା ବେଳେ ପ୍ରଫୁଲ ଆମ କମ୍ପାନୀରେ କାମ କରୁନଥିଲେ ବୋଲି ମାଲିକ କହୁଛନ୍ତି ।ଯେଉଁଥି ପାଇଁ ସୁରତରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।କମ୍ପାନୀସମ୍ମୁଖରେ ଦେଇଥିବା ଧାରଣକୁ ବନ୍ଦ କରି ଆଜି ଶ୍ରମିକ ମାନେ ସର ଥାନା ଆଗରେ ଧାରଣାରେ ବସିଛନ୍ତି ।ଓଡ଼ିଆ ଶ୍ରମିକଙ୍କ ଧାରଣା ଯୋଗୁଁ ପ୍ରାୟ ୪୦୦ସୂତାକଳ ବନ୍ଦ ରହିଥିବାରୁ ମାଲିକ ସଂଘ ଏକତ୍ରିତ ହୋଇ ପୋଲିସ ପ୍ରଶାସନ ଉପରେ ଚାପ ପକାଉଥିବାରୁ ପୋଲିସ ପ୍ରଶାସନ ଓଡ଼ିଆ ଶ୍ରମିକକୁ ସାହାଯ୍ୟ କରୁନି ।ଓଡ଼ିଆ ଶ୍ରମିକ ନେତା ମାନେ କମ୍ପାନୀ ସରକାର ଙ୍କ ନିୟମ ନ ମାନି ବେଆଇନ ଭାବେ ଚାଲିଥିବାରୁ କମ୍ପାନୀର ମାଲିକ ମୟୂର ଭାଇ ପଟେଲ୍ ନାମରେ ଥାନାରେ ଏତଲା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।ଉତ୍ତେଜନା ଜାରି ରହିଥିବାରୁ ପାଞ୍ଚ ଦିନ ଧରି ପ୍ରଫୁଲଙ୍କ ଶବ ଶିମର ଡାକ୍ତରଖାନାରେ ଫ୍ରିଜରରେ ରହିଛି ।ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଅତିଶିଘ୍ର ସମାଧାନ ହୋଇଯିବ।ବୋଲି କହୁଥିବା ବେଳେ ପ୍ରବାସୀ ଓଡ଼ିଆ ଶ୍ରମିକ ସଂଘ ସହ ଓଡ଼ିଶାର ବିଭିନ୍ନ ସଂଘଠନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏହାର ଗୁରୁତର ସହ ନେଇ ନିଜେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ