‘ସାଇ ମେଡିସିନ ଷ୍ଟେର’ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ସହରର ନୂତନ ଔଷଧାଳୟ‘ସାଇ ମେଡିସିନ ଷ୍ଟୋର’ ଏଡିଏମ ଛକ ନିକଟ ବିସି ସେନ ରୋଡ଼ରେ ସୋମବାର ଉଦଘାଟିତ ହୋଇଯାଇଛି । ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅଞ୍ଚଳର ଜନସାଧାରଣଙ୍କ ସ୍ୱସ୍ଥ୍ୟ ସମସ୍ୟା ତଥା ଔଷଧ ଚାହିଦା ପୂରଣରେ ସାଇ ମେଡିସିନ ଷ୍ଟୋର ବେଶ ସହାୟକ ହେବ ବୋଲି ଶ୍ରୀମତୀ ଜେନା ଆଶା ପ୍ରକାଶ କରିଥିଲେ । ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ମୁଖ୍ୟ ଶିକ୍ଷାବିତ ସୁଧାଂଶୁ ଶେଖର ପଣ୍ଡା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ‘ସାଇ ମେଡିସିନ ଷ୍ଟୋର’ର ସତ୍ତ୍ୱାଧିକାରୀ ଡାକ୍ତର ଅରୁଣ କୁମାର ସାହୁ ଏହି ଉଦଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପୂର୍ବରୁ ଡାକ୍ତର ସାହୁଙ୍କର ସାଇ ଭିଜନ ନାମରେ ଏଠାରେ ଏକ ଚକ୍ଷୁ ଚିକିତ୍ସା କେନ୍ଦ୍ର ମଧ୍ୟ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ