ମହାନବିପ୍ଲବୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳିତ
ଶେରଗଡ, (ଦେବୀ ପ୍ରସାଦ ଦାଶ) – ସାଉଥକୋ କାର୍ୟାଳୟରେ ସହକାରୀ ଯନ୍ତ୍ରୀ କେ.ଡିଲେଶ୍ବର ଆଚାରୀ ଙ୍କ ଅଧ୍ୟକ୍ଷତାରେ ସ୍ବାଧୀନତା ସଂଗ୍ରାମୀ ମହାନବିପ୍ଳବୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ୧୨୩ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କ।ର୍ଯ୍ୟକ୍ରମରେ ବ୍ଳକ ଗୋଷ୍ଠୀଉନ୍ନୟନ ଅଧିକାରୀ ସୁରଞନ ସାହୁ ସୁବାଷ ଚନ୍ଦ୍ର ବୋଷଙ୍କ ବୀରତ୍ବ ର ଅନ୍ତ ନାହିଁ ବୋଲି ବକ୍ତବ୍ୟରେ କହିଥିଲେ । ସେହିପରି ଥାନାଅଧିକାରୀ ରମେଶ ଚନ୍ଦ୍ର ଦାସ କହିଥିଲେ କି, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଇଁରେଜ ମାନଙ୍କ ବିରୋଧରେ ସାରା ଦେଶବାସୀଙ୍କୁ ଏକଜୁଟ କରି ଯୁଦ୍ଧ ଡାକରା ଦେଇଥିଲେ ଓ ଏହି ମହାନ ବିପ୍ଳବୀଙ୍କ ମୃତ୍ୟୁ ର ରହସ୍ୟ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିପାରିନାହିଁ । ଏହି ବ୍ୟକ୍ତିତ୍ବ ସାରା ବିଶ୍ୱରେ ଅନନ୍ୟ ବୋଲି ନିଜର ଅଭିବାଷଣରେ ରଖିଥିଲେ । ଉକ୍ତ କ।ର୍ଯ୍ୟକ୍ରମରେ ଶେରଗଡ ବ୍ଳକ ର ବିଭିନ୍ନ ସ୍କୁଲରୁ ବକ୍ତୃତାରେ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଉକ୍ତ ସ୍ମୃତିଚାରଣ କ।ର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଅଧିକାରୀ ଭାସ୍କର ଲେଙ୍କା,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ, ବରିଷ୍ଠ ବିଜେଡି ନେତା ହୃଷୀକେଶ ପାଢ଼ୀ, ହୀନ ବେହେରା ଓ ବରିଷ୍ଠ ଆଇନଜୀବୀ ରାଘବାନନ୍ଦ ପଶୁପାଳକ ପ୍ରମୁଖ ଉପସ୍ଥିତ ଥିଲେ । ସଭାଶେଷରେ ସାଉଥକୋ ସହକାରୀ ଯନ୍ତ୍ରୀ କେ.ଡିଲେଶ୍ବର ଆଚାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


