ସାଧାରଣ ପ୍ରଶାସନ ବିଭାଗର ଉପବିଭାଗ ଅଧିକାରୀ ବିଜୟ ଚନ୍ଦ୍ର ନାୟକଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାଧାରଣ ପ୍ରଶାସନ ବିଭାଗର ଉପବିଭାଗ ଅଧିକାରୀ ଓ ସ୍ୱତନ୍ତ୍ର ପଦାଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ନାୟକଙ୍କ ଗତ ଫେବୃୟାରୀ ୩ ତାରିଖ ଦିନ ୧୧ଘଟିକା ୧୫ ମିନିଟ ସମୟରେ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ହସ୍ପିଟାଲରେ ପରଲୋକ ହୋଇଯାଇଛି । ସେ ଦୀର୍ଘ ୪୫ବର୍ଷରୁ ଉର୍ଦ୍ଧ୍ୱ ଉକ୍ତ ବିଭାଗରେ କାର୍ଯ୍ୟରତ ଥିଲେ ଏବଂ ୟୁନିଟ୍‌-୮ ଅଞ୍ଚଳରେ ସରକାରୀ ବାସଭବନ ୨ଆରଏ ୨୮/୩ରେ ସପରିବାରେ ବାସ କରୁଥିଲେ । ସେ ଜଣେ ସରଳ ବିଶ୍ୱାସୀ ସମାଜସେବୀ ଭାବେ ଜଣାଶୁଣା ଥିଲେ । ଭୁବନେଶ୍ୱର କଳାକେନ୍ଦ୍ରରୁ ସଙ୍ଗୀତ ଶିକ୍ଷା ଲାଭ କଲାପରେ ସେ ଉଚ୍ଚକୋଟୀର କଣ୍ଠଶିଳ୍ପୀ, ସଙ୍ଗୀତ ଶିକ୍ଷକ ଓ ନିର୍ଦ୍ଦେଶକ ଥିଲେ । ସେ ଉତ୍କଳମଣି କଳା ପରଷଦ, ୟୁନିଟ୍‌-୮ର ସଭ୍ୟ ଥିଲେ । ତାଙ୍କର ହତଭାଗ୍ୟ ସନ୍ତାନ ଦେବଦାସ ନାୟକ ମୁଖାଗ୍ନି ପ୍ରଦାନ କରିଥିଲେ ।ତାଙ୍କର ହତଭାଗ୍ୟ ସନ୍ତାନ ଦେବଦାସ ନାୟକ, ପୁଷ୍ପକେତୁ ନାୟକ, ଜାମାତା ବିଷ୍ଣୁ ପ୍ରସାଦ ନାୟକ, ବିନୋଦ ନାୟକ, କନ୍ୟା ରାନୀ, ଝିନା, ପୁତ୍ରବଧୁ ଜିନୀ, ସନ୍ଧ୍ୟା, ନାତି ରୀକୁନ, ଗୁଡୁ, ଛୋଟୁ ଓ ନାତୁଣୀ ଆସି, ଭାଁଭି ଏବଂ ଶୋକାକୁଳ ପରିବାରବର୍ଗ ମରଶରୀର ନିକଟରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ