ସାନଖେମୁଣ୍ଡି କଂଗ୍ରେସ ର ପ୍ରତିବାଦ ଶାନ୍ତି ପୂର୍ଣ୍ଣ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ବହୁ ଚର୍ଚ୍ଚିତ ସମଗ୍ର ରାଜ୍ୟ ରେ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା କାଣ୍ଡ ପ୍ରତିବାଦ ରେ ସମ୍ପୃକ୍ତ ଆସାମୀ ଙ୍କ ଗିରଫ ଦାବି ଏବଂ ଗୃହମନ୍ତ୍ରୀ ଇସ୍ତଫା ପାଇଁ ବିଭିନ୍ନ ରାଜନୈତିକ ଦଳ ପ୍ରଦୀଵାଦ କରିଆସୁଥିବା ବେଳେ ଆଜି ରାଜରାସ୍ତାକୁ ଓଲାଇଛି ରାଜ୍ୟ କଂଗ୍ରେସ l ଅଖିଳ ଭାରତକଂଗ୍ରେସ କମିଟି ତଥା ରାଜ୍ୟ ପି ସି ସି ସଭାପତି ଙ୍କ ଆହ୍ୱାନ କ୍ରମେ ସାନଖେମୁଣ୍ଡି କଂଗ୍ରେସ ପକ୍ଷରୁ ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା ଙ୍କ ନିର୍ଦ୍ଦେଶ ରେ ପୃର୍ବତନ ବ୍ଲକଅଧକ୍ଷ ଶ୍ରୀ ଲଷ୍ମୀ ଚରଣ ପାତ୍ର ଙ୍କ ନେତୃତ୍ୱ ରେ ପାଟପୁର ଗାନ୍ଧୀ ଛକ ଠାରେ ଏକ ହରତାଳ,ପ୍ରତିବାଦ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବରେ ଅନୁଷ୍ଠିତ ହେଇ ଯାଇଛି l ଏଥିରେ ସାନଖେମୁଣ୍ଡି ର ବହୁ କଂଗ୍ରେସ କର୍ମୀ ତଥା ପୃର୍ବତନ ସମିତିସଭ୍ୟ ଦୁର୍ଗା ପ୍ରସାଦ ପାଢ଼ୀ ,ପୂର୍ବତନ ସମିତି ସଭ୍ୟ ମୁକୁନ୍ଦ ଚନ୍ଦ୍ର ବରାଡ଼, ଶଙ୍କରଷଣ ଖୁଣ୍ଟିଆ, ହରିଶଙ୍କର ପାଢ଼ୀ ,ଉମା ଶଙ୍କର ପାଢ଼ୀ, ନୀଳମଣି ସାହୁ(ବୁଲୁ ), ବିଭୁତିଭୂଷଣ ଦୋରା, ସିମାଞ୍ଚଳ ଗୌଡ଼,ବାଉରୀ ବନ୍ଧୁ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ମିଟୁ ଜେନା, ଦ୍ଵିତି କୃଷ୍ଣ ରେଡ୍ଡୀ, ଡାକ ଜେନା ଏବଂ ପୀତବାସ ଜେନା ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ l


