ଭୋଟର ସହାୟତ କେନ୍ଦ୍ର ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ କାର୍ଯ୍ୟଳୟ ପରିସରରେ ଶୁକ୍ରବାର ଦିନ ଭୋଟର ପଂଜିକରଣ ଅଧିକାରୀ ତଥା ରାଇରଙ୍ଗପୁର ଉପଜିଲ୍ଲାପାଳ ସରୋଜ ଦାସଙ୍କ ଦ୍ୱାରା ଫିତାକାଟି ଭୋଟର ସହାୟତା କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଭୋଟର ପଂଜିକରଣ ଅଧିକାରୀ ଗଣମାଧ୍ୟମ ଜରିଆରେ ବାମନଘାଟୀ ଅଂଚଳବାସୀଙ୍କୁ ସୂଚନା ଦେଇଥିଲେକି ଯୁବ ତଥା ନୂତନ ଭୋଟର ମାନେ ନୂତନ ଭୋଟର ଭାବେ ନାମ ପଂଜୀକରଣ କରିବା, ଭୋଟର ସଂଶୋଧନ କାର୍ଯ୍ୟକ୍ରମ ୨୦୨୨ ମଧ୍ୟ କରି ପାରିବେ, ଭୋଟର ମାନେଭୋଟର ହେଲପ ଲାଇନ ମୋବାଇଲ ଆପ୍ ଡାଉନଲୋଡ କରି ଆବେଦନ କରି ପାରିବେ, ଭୋଟର ନିଜର ପଡୋଶୀ , ସାଙ୍ଗ ସାଥୀଙ୍କୁ ଭୋଟର ପଂଜୀକରଣ ପାଇଁ ସଚେତନ ମଧ୍ୟ କରାଇ ପାରିବେ ବୋଲି କହିଥିଲେ । ଏହି କାର୍ଯ୍ୟ କ୍ରମରେ,ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଃ, ଉପଖଣ୍ଡ ସୂଚନା ଲୋକ ସଂପର୍କ ଅଧିକାରୀ ବିକାଶ ରଂଜନ ମହାନ୍ତି, ଦୁର୍ଗା ପ୍ରସାଦ ଦାସ, ଚାମୁରୁ ବେଶ୍ରା, ତାପସ ଗିରି, ଲକି ପାଣି, କପିଳେନ୍ଦ୍ର ଭଦ୍ର , ସଂଗ୍ରାମ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।


