ଆହତ କୃଷ୍ଣସାର ମୃଗ ଉଦ୍ଧାର

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଫରେଷ୍ଟର ଅଧୀନସ୍ଥ ଉସ୍ତା ଜଗନ୍ନାଥପୂର୍ ନଦୀ ତଟରୁ ଆହତ କୃଷ୍ଣସାର ମୃଗ ଉଦ୍ଧାର କରିଥିବା ଜଣାପଡ଼ିଛି। ରାମଚନ୍ଦ୍ରପୁର ଗ୍ରାମ ନିକଟରେ ଥିବା ପାହାଡ ଉପରେ କେତେକ କୃଷସାର ମୃଗ ରହୁଥିବା ବେଳେ କିଭଳି ସେମାନଙ୍କ ମଧ୍ୟରୁ ଅଲଗା ହୋଇ ଯାଇଥିବା ବେଳେ କୁକୁର ମାନେ ଘେରି କ୍ଷତ ବିଖ୍ୟତ କରିଥିବା ବେଳେ ଉସ୍ତ ଜଗନ୍ନାଥପୂର୍ ଗ୍ରାମର କିଛି ଯୁବକରାତ୍ର ୯ ଘଣ୍ଟା ସମୟରେ ନଦୀକୁ ଗାଧୋଇବାକୁ ଯାଇଥିଲେ ସେଠାରେ କୁକୁର ମାନେ ମୃଗ ଛୁଆ କୁ ଘେରି କ୍ଷତ ବିଖ୍ୟତ କରିଥିବା ବେଳେ ଉଦ୍ଧାର କରି ଫରେଷ୍ଟର ଅରୁଣ କୁମାର ଦାସ ଙ୍କୁ ଖବର ଦେଇଥିଲେ ଘଟଣା ସ୍ଥଳରେ ପହଞ୍ଚି ଆହତ କୃଷ୍ଣସାର ମୃଗ କୁ ପାଟପୁର ପ୍ରାଣୀ ଚିକିତ୍ସକ କେନ୍ଦ୍ର ରେ ଚିକିତ୍ସା କରିଥିବା ଜଣାପଡ଼ିଛି।ଆହତ କୃଷ୍ଣସାର ମୃଗ ର ଆଖି ଏବଂ ପେଟ ଭାଗକୁ କାମୁଡିବା ଫଳରେ ରକ୍ତାକ୍ତ ହୋଇଥିବା ଜଣାପଡ଼ିଛି।ରାଜକିଶୋର ପ୍ରଧାନ ଅନିଲ ରାଉତ ଶୁଭମ୍ ସ୍ବାଇଁ ଆଶିଷ ସ୍ବାଇଁ ପ୍ରମୁଖ ଉଦ୍ଧାର କରିଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ