ସାନଖେମୁଣ୍ଡି ବିଜେଡି ରେ କମ୍ପନ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଆଗାମୀ ସାଧାରଣ ନିର୍ବାଚନ ଆଉ କିଛି ମାସ ବାକି ରହିଥିବା ବେଳେ ଏବେ ବିଜେଡି ଦଳରେ ବିଶୃଙ୍ଖଳା,ଦଳ ବିରୋଧୀ କାର୍ଯ୍ୟ ଚରମ ସୀମାରେ ପହଞ୍ଚିଛି। ନେତୃତ୍ବ ବିହୀନ ବିଜେଡି ଦଳର କୁ ସଂଗଠନ ସମସ୍ତଙ୍କୁ ନେଇ ମଜବୁତ୍ କରିବା ପାଇଁ ସାନଖେମୁଣ୍ଡି ବ୍ଲକ ର ଟାଣୁଆ ଯୁବ ନେତା ଦାୟୀତ୍ବ ବାନ ବ୍ୟକ୍ତି ର ଆବଶ୍ୟକତା ରହିଛି ବୋଲି ଆଜି ବୁଦ୍ଧେଶ୍ୱର୍ ମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ ବିଜେଡି ଦଳର ବୈଠକରେ ଆସିକା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ବାଇଁ ଙ୍କ ସଭାପତିତ୍ବ ଅନୁଷ୍ଠିତ ସଭାରେ ସାନଖେମୁଣ୍ଡି ବ୍ଲକ ର ୩ଟି ଜିଲ୍ଲା ପରିଷଦ ୨୩ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ସଭ୍ୟା ପ୍ରତିନିଧି ମାନେ ଯୋଗଦେଇ ନିଜ ନିଜ ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ବିଜେଡି ଦଳର ନେତୃତ୍ବ ନେଇଥିବା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଦଳ କୁ ମଜବୁତ୍ କରିବା ପରିବର୍ତ୍ତେ କିଛି ମୁଷ୍ଟିମେୟ ଗୋଷ୍ଠି ଦ୍ବାରା ପରିଚାଳିତ ହୋଇ ଦଳରେ ବିଶୃଙ୍ଖଳା ସୃଷ୍ଟି ହେଉଥିବା ବୈଠକରେ ଖୋଲା ଖୋଲି ବିରୋଧ କରିବା ସହ ଆଲୋଚନା ହୋଇଥିବା ଜଣାପଡ଼ିଛି। କିଛିଦିନ ତଳେ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ ଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ବହିସ୍କାର କରାଯାଇଥିଲା। ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଦଳ ର ନିର୍ବାଚିତ ଲୋକ ପ୍ରତିନିଧି କର୍ମୀ ମାନଙ୍କୁ ନଜଣାଇ କିଛି ମୁଷ୍ଟିମେୟ ଗୋଷ୍ଠି ଙ୍କୁ ନେଇ ବ୍ଲକ ସଭାପତି ଚୟନ କରିଥିଲେ ଯାହାକି ଦଳରେ ପଦପଦବୀରେ ରହିଥିବା ପ୍ରତିନିଧି ଙ୍କୁ ନଡ଼ାକି କିଛି ମୁଷ୍ଟିମେୟ ଗୋଷ୍ଠି ଦ୍ବାରା ପରିଚାଳିତ ହୋଇ ବ୍ଲକ ସଭାପତି ଚୟନ କରିଥିଲେ ।ଯାହାକି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଇଛି।ଯାହାଫଳରେ ବ୍ଲକ ସାଧାରଣ ସମ୍ପାଦକ ଅମିନ ପ୍ରଧାନ, ବ୍ଲକ ଉପସଭାପତି ଧୋବା ସ୍ବାଇଁ, ଯୁବ ଛାତ୍ର ସମ୍ପାଦକ ଧିରେନ ରଣା ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରି ଜିଲ୍ଲା ସଭାପତିଙ୍କୁ ଇସ୍ତଫା ପତ୍ର ପାଠାଇଥିବା ବେଳେ ଆଜି ବୈଠକ ରେସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ବାଇଁ ନିଜକୁ ଅସହାୟ ମନେକରି ଇସ୍ତଫା ପତ୍ର ଦେଇଥିବା କହିଛନ୍ତି। ସାଂସଦ ହାତ ପାଣ୍ଠି ବଣ୍ଟନ ବେଳେ ଅନ୍ତର ପାନ୍ତର୍ ବ୍ଲକ ର ୨୬ଟି ପଞ୍ଚାୟତ ମଧ୍ୟରୁ ୪ଟି ପଞ୍ଚାୟତ କୁ (କୋଟିଏ ପଚିଶି ଲକ୍ଷ୍ୟ ) ଟଙ୍କା ବଣ୍ଟନ କରିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେଇଛି। ଆଗାମୀ ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ଦଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି। ରାଜ୍ୟ ଏବଂ ଜିଲ୍ଲା ନେତୃତ୍ଵ ବୃନ୍ଦ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ନେତୃତ୍ବ ପରିବର୍ତନ କରି ଦଳକୁ ସୁଦୃଢ କରିବା ପାଇଁ ଅନୁରୋଧ କରିଥିଲେ। ଆଜିର ବୈଠକରେ ଅସ୍ତାଇ ସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ବାଇଁ ଙ୍କୁ ଚୟନ କରିଥିଲେ ତାଙ୍କ ନେତୃତ୍ବ ରେ ୫ଜଣିଆ କମିଟି ଗଠନ କରାଯାଇଛି। ଜିଲ୍ଲା ଏବଂ ରାଜ୍ୟ ନେତୃତ୍ବ ଙ୍କୁ ଭେଟି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ସମସ୍ତ ସମସ୍ୟା ସମାଧାନ ନିମନ୍ତେ ନିବେଦନ କରିବା ପାଇଁ ନିଷ୍ପତ୍ତି ନେଈଥିବା ଜଣାପଡ଼ିଛି।ଆଜିର ଏହି ବୈଠକରେ ଶଙ୍କର୍ଷଣ ସ୍ବାଇଁ, ଜିଲ୍ଲା ପରିଷଦ ଅମିନ ପ୍ରଧାନ,ରାଜୀବ ଲୋଚନ ପାତ୍ର, ଧୋବା ସ୍ବାଇଁ, ଚନ୍ଦ୍ରଶେଖର ମହାପାତ୍ର, ଦାନାରଦନ ପଲେଇ,ଜି ପ୍ରଶାନ୍ତ ରେଡ୍ଡୀ,ସୋମନାଥ ପାତ୍ର, ରାକେଶ ପାତ୍ର, ଦେବରାଜ ସେଠୀ, ଜାଗିଲି ସେଠୀ, ଅଳୟ ଦାସ, ବିଜୟ ଭୂୟାଁ, ଶୁଶାନ୍ତ ସେଠୀ, ଶିବରାମ ସ୍ବାଇଁ , କାଳୁ ଚରଣ ଭୂୟାଁ, ସଂଗ୍ରାମ ବରାଡ ସମେତ ବହୁ ସରପଞ୍ଚ ସମିତି ସଭ୍ୟ ସଭ୍ୟା ପ୍ରତିନିଧି ବୈଠକରେ ଯୋଗ ଦେଇଥିଥିଲେ।


