ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଓଡ଼ିଶା ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶ କ୍ରମେ ଆଜି ଠାରୁ ସାରା ଓଡିଶାରେ ଫାଇଲେରିଆ ନିରାକରଣ ଅଭିଯାନ ଓ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି I ଏହି କାର୍ଯ୍ୟକ୍ରମ ଚଳିତ ମାସ 19 ତାରିଖରେ ପର୍ଯ୍ୟନ୍ତ ଜାରି ରହିବ I ଏହି ଅବସରରେ ଆଜି ବେଲଗୁଣ୍ଠା ସହରରେ ମଧ୍ୟ ଫାଇଲେରିଆ ନିରାକରଣ ଅଭିଯାନ ଓ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ସହିତ ଜାତୀୟ କୃମି ନାଶକ ଦିବସ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠାର ସ୍ୱାସ୍ଥ୍ୟ କର୍ମୀ, ଆଶାକର୍ମୀ ଏବଂ ଅଙ୍ଗନୱାଡ଼ି କର୍ମୀମାନେ ଘରକୁ ଘର ବୁଲି ଫାଇଲେରିଆ ନିରାକରଣ ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବା ସହିତ ସେମାନଙ୍କ ଉପସ୍ଥିତିରେ ଶିଶୁ ମାନଙ୍କୁ କୃମି ନାଶକ ଆଲବେଣ୍ଡାଜୋଲ ଏବଂ ବୟସ୍କ ମାନଙ୍କୁ ଫାଇଲେରିଆ ପ୍ରତିରୋଧକ ଡ଼ି.ଇ.ସି ବଟିକା ଖାଇବା ପାଇଁ ପରାମର୍ଶ ଦେଇଥିଲେ I ଏହି କାର୍ଯ୍ୟକ୍ରମକୁ ବେଲଗୁଣ୍ଠା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କର୍ମଚାରୀ ତଥା ମହିଳା ସ୍ୱାସ୍ଥ୍ୟ ପରିଦର୍ଶକ ମାନସୀ ଦାସ, ମହିଳା ସ୍ୱାସ୍ଥ୍ୟକର୍ମୀ ସବିତା ବେହେରା, ଔଷଧ ବିତରକ ଭବାନୀ ନାୟକ ପ୍ରମୁଖ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ