ସାମ୍ବାଦିକଙ୍କ ପିତୃ ବିୟୋଗରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକର ବରିଷ୍ଠ ସାମ୍ବାଦିକ ଜ୍ଞାନରଞ୍ଜନ ଷଡଙ୍ଗୀଙ୍କ ପିତା ମାନଗୋବିନ୍ଦ ଷଡଙ୍ଗୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକଟ କରାଯାଇଛି । ତାଙ୍କ ପିତା ତଥା ପୂର୍ବତନ ଯୋଗାଣ ନିରୀକ୍ଷକ ମାନଗୋବିନ୍ଦ ଷଡଙ୍ଗୀ ନିଜ ବାସଭବନରେ ବାର୍ଦ୍ଧ୍ୟକ ଜନିତ ଅସୁସ୍ଥତା ଯୋଗୁଁ ପରଲୋକ ହୋଇଯାଇଥିବାର ଜଣାପଡିଛି । ସ୍ୱର୍ଗତ ମାନଗୋବିନ୍ଦ ନିଜ କର୍ମମୟ ଜୀବନ ଯୋଗଣ ବିଭାଗ ଯୋଗଦେଇ ମାଲକାନାଗିରିର ଚିତ୍ରକୋଣ୍ଡାରେ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ମୟୂରଭଞ୍ଜ, ମାଲକାନାଗିରି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକରି ଚାକିରୁ ଅବସର ଗ୍ରହଣ କରିଥିଲେ । ତାଙ୍କ ବିୟୋଗରେ ଆର୍‌.ଉଦୟଗିରି ପ୍ରେସ କ୍ଲବ ସମେତ ଜିଲ୍ଲାସ୍ତରୀୟ ସାମ୍ବାଦିକ ସଂଘର ସଭାପତି ଗରୁଡଧ୍ୱଜ ଚୌଧୁରୀ, ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ କୁମାର ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣ କୁମାର ବେହେରା, ବୀରକିଶୋର ପଟ୍ଟନାୟକ, ବିବେକାନନ୍ଦ ବେହେରା, ସତ୍ୟନାରାୟଣ ମିଶ୍ର, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇ ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ