ଆଇଟିଡିଏ ତରଫରୁ ଗୁମ୍ମାରେ ରବର ଚାଷୀଙ୍କୁ ଚାରା ବଣ୍ଟନ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) : ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଆଦିବାସୀମାନଙ୍କ ଜୀବନଶୈଳୀର ବିକାଶ ସହିତ ସେମାନଙ୍କ ଆର୍ଥୀକ ସ୍ଥିତିରେ ସୁଧାର ଆଣିବା ସକାଶେ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗଜପତିର ମିଶନ ଜୀବିକା ପ୍ରକଳ୍ପ ମାଧ୍ୟ୍ୟମରେ ନିଶୁଲ୍କ ମୂଲ୍ୟରେ ଗରୀବ ଆଦିବାସୀ ରବର ଚାଷୀଙ୍କୁ ଉନ୍ନତ କିସମର ସାର ବଣ୍ଟନ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଗୁମ୍ମା ବ୍ଲକରେ ପ୍ରଥମ ପର୍ଯାୟରେ ତରଭା ଗ୍ରାମପଞ୍ଚାୟତର ତୋରଭା ଗ୍ରାମରେ ୧୫୪ ଚାଷୀଙ୍କୁ ୩୭୮ ସାର ଓ ମୁନିସିଙ୍ଗ ଗ୍ରାମପଞ୍ଚାୟତର ଅବାସିଙ୍ଗ ଗ୍ରାମରେ ୫୮ ଚାଷୀଙ୍କୁ ୧୨୦ ସାର ବସ୍ତା ବଣ୍ଟନ କରାଯାଇଛି । ଯାହାକି ବର୍ତ୍ତମାନ ରବର ଚାଷ ଭଲ ଅବସ୍ଥାରେ ରହିବା ସହ ଉନତମାନର ପଦ୍ଧତିରେ କରିବା ପାଇଁ ଚାଷୀମାନଙ୍କୁ ପ୍ରତ୍ସାହିତ କରାଯାଉଥିବା ବେଳେ ଚାଷୀଙ୍କ ଆର୍ଥିକ ବିକାଶ କରିବ । ଗଜପତି ଆଇଟିଡିଏର ପ୍ରକଳ୍ପ ନିର୍ଦେଶକ ସରୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ କରାଯାଉଛି । ଉକ୍ତ ଆୟୋଜିତ ବିହନ ଓ ସାର ବଣ୍ଟନ କାର୍ଯକ୍ରମରେ ପ୍ରକଳ୍ପ ପରିଚାଳକ ଗୌତମ ସ୍ୱାଇଁ, କୃଷି ବିଶେଷଜ୍ଞ ସୀମାଦ୍ରୀ ଭଗବାନ ଓ ଜୀବନଜୀବିକା ବିଶେଷଜ୍ଞ ପ୍ରବୀର ସାହୁ ଉପସ୍ଥିତ ରହି ଚାଷୀଙ୍କୁ ଏହି ସବୁ ଚାଷ ସମ୍ପର୍କରେ ମାର୍ଗଦର୍ଶନ ଦେବା ସହ କାର୍ଯକ୍ରମ ପରିଚାଳନା କରିଥିଲେ । ଏପରି କାର୍ଯ୍ୟକ୍ରମକୁ ଚାଷୀକୁଳ ସନ୍ତୋଷଜନକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ନୌହର ଗମାଙ୍ଗ,ରୁବି ଶବର,ଗାବିରିୟାଲ ଭୂୟାଁ ଓ ଏନିଆଯୋର ଗମାଙ୍ଗ ଜିଲ୍ଲାପାଳ ତଥା ଆଇଟିଡିଏକୁ ଧନ୍ୟବାଦ ଜ୍ଞାପନ କରିଥିଲେ ।


