ସାରା ରାଜ୍ୟରେ କୋହଲା ପାଗ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ସହିତ କୋହଲା ପାଗ ଜାରି ରହିଛି। ଘନ କୁହୁଡ଼ି, ଶୀତର ଲହରୀ ସାଙ୍ଗକୁ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। କୁହୁଡ଼ି କାରଣରୁ ରାସ୍ତାରେ ଗମନାଗମନରେ ବାଧା ସୃଷ୍ଟି ହେଉଛି। ବାୟୁମଣ୍ଡଳର ଉପରିଭାଗରେ ଏକ ଟ୍ରପ୍‌ଲାଇନ ସୃଷ୍ଟି ହୋଇଥିବାରୁ ପାଗରେ ପରିବର୍ତ୍ତନ ହୋଇଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏଭଳି କୋହଲା ପାଗ ଆହୁରି ୪ ଦିନ ରହିବ ଓ ଆଗକୁ ଆହୁରି ଶୀତ ବଢିବ ବୋଲି ମଧ୍ୟ ଜଣାପଡ଼ିଛି। ୨୮ ତାରିଖରୁ ତାପମାତ୍ରା କମିବା ସହ ଜାନୁଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ରହିବ। ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ