ସାର ଚଢ଼ା ଦରରେ ବିକିବା ପରେ ତହସିଲଦାର ଙ୍କ ହସ୍ତକ୍ଷେପ
ବେଲଗୁଣ୍ଠା,(ସନ୍ତୋଷ ବିଷୋୟୀ): ଚାଷୀଙ୍କୁ ୟୁରିଆ ସାର ଜୋଗାଇଦେବା ପାଈଁ ସରକାର ସେବା ସମବାୟ ସମିତି ଓ କିଛି ଲାଇସେନ୍ସ ପ୍ରାପ୍ତ ଡିଲର କୁ ନିଯୁକ୍ତି ଦେଇଛନ୍ତି । ସାର ବସ୍ତା ପିଛା ୨୬୭ ଟଙ୍କା ଧାର୍ଯ୍ୟ କରିଛନ୍ତି ।ନିର୍ଧାରିତ ଦରରେ ପ୍ରକ୍ରୂତ ଚାଷୀଙ୍କୁ ମିଳୁଛି ନା କଳା ବଜାରୀ ହେଉଛି ଏହାର ତଦାରଖ ଦାୟିତ୍ୱ କୃଷି ଅଧିକାରୀଙ୍କ , କିନ୍ତୁ ଘରୋଇ ଡିଲର ମାନେ ମନ ଇଚ୍ଛା ଦରରେ ବସ୍ତା ପିଛା ୫୦୦/୬୦୦ ଟଙ୍କାରେ ବିକୁଥିଲେ ମଧ୍ୟ କୃଷି ଅଧିକାରୀଙ୍କ ଦେଖା ମିଳୁନି । ଆବଶ୍ୟକ ସାର ସରକାର ଯୋଗାଇ ଦେଉ ନଥିବାରୁ ଚାଷୀମାନେ ୨୬୭ ଟଙ୍କା ବଦଳରେ ବସ୍ତା ପିଛା ୫୦୦ ରୁ ୬୦୦ ଟଙ୍କା ଦେଇ କଳାବଜାରୀ ପାଖରୁ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛନ୍ତି ଓ ବର୍ତ୍ତମାନ ଧାନ ରୁଆ ସରିବା ପରେ ଧାନ ଗଛ ହୃଷ୍ଟପୁଷ୍ଟ ହୋଇ ମୋକା ଧରିବା ପାଇଁ ୟୁରିଆ ସାରର ଆବଶ୍ୟକ ରହିଛି | ଶୁକ୍ରବାର ଦିନ ଗୋବରା ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ସାର ବିକ୍ରି କରାଯାଇଥିଲା କିନ୍ତୁ ୨୬୭ ବଦଳରେ ଚାଷୀଙ୍କ ଠାରୁ ବସ୍ତା ପିଛା ୩୫୦ ଟଙ୍କା ସମ୍ପାଦକ ନେଇଥିଲେ । କିଛି ଚାଷୀ ଏ ନେଇ ବେଲ୍ଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଚ୍ଚା ଦରରେ ସାର ବିକ୍ରିକୁ ବିରୋଧ କରି ବହୁ ଚାଷୀ ରାଜ ରାସ୍ତାକୁ ଓଲ୍ହାଇବାକୁ ଧମକ ଦେଇଥିଲେ ,ତହସିଲଦାର ଶ୍ରୀ ବେହେରା ହସ୍ତକ୍ଷେପ କରିବାରୁ ସମ୍ପାଦକ ରୋହିତ ଭୂୟାଁ ଚାଷୀଙ୍କୁ ଡାକି ୭୦ ଟଙ୍କା ଲେଖାଏ ଫେରାଇ ଥିଲେ । ସେହିପରି ଗୋବରାରେ ଜଣେ ଡିଲର ସାର ବିକ୍ରି କରୁଥିବା ସମୟରେ ଲିଙ୍କ ଫେଲ କହି ବନ୍ଦ କରିବାରୁ ଉତ୍ତେଜନା ଦେଖାଦେଈ ଥିଲା । ସକାଳୁ ଆସି ଅପେକ୍ଷ୍ୟା କରିଥିବା କିଛି ଚାଷୀ ସାର ନ ମିଳିଲେ ଆନ୍ଦୋଳନ କରିବାକୁ ଧମକ ଦେଇଥିଲେ । ଖବର ପାଇ ଗାଙ୍ଗାପୁର ପୋଲୀସ ଓ ତହସିଲଦାର ଶ୍ରୀ ବେହେରା ଊପସ୍ତିତ ରହବା ପରେ ଚାଷୀଙ୍କୁ ସାର ଦିଆଯାଇଥିଲା । ରାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ ସାର ବିକ୍ରି ଚାଲିଥିଲା । ଗାଙ୍ଗପୁର ଠାରେ ଜଣେ ଡିଲର ୫୦୦/୫୫୦ ଟଙ୍କା ରେ ସାର ବିକ୍ରି କରିଥିବା ବହୁ ଚାଷୀ ଅଭିଯୋଗ ଆଣିଥିଲେ ମଧ୍ୟ ପ୍ରଶାସନ କିମ୍ୱା କୃଷି ବିଭାଗ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।


