ଗୃହରକ୍ଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ

ବନ୍ତ,(ଚାନ୍ଦିନୀ ମହାନ୍ତି) : ଓଡ଼ିଶାରେ କାର୍ଯ୍ୟରତ ପ୍ରାୟ ୧୮ ହଜାର ଗୃହରକ୍ଷୀଙ୍କ ସ୍ୱାର୍ଥକୁ ରାଜ୍ୟ ସରକାରଙ୍କ ଦ୍ୱାରା ଦୀର୍ଘ ବର୍ଷ ଧରି ଅଣଦେଖା କରା ଯାଉଥିବାରୁ ରାଜ୍ୟ ଗୃହରକ୍ଷୀ ମହାସଂଘ ପକ୍ଷରୁ ଦରମା ବୃଦ୍ଧି, ପଦବୀ ସ୍ଥାୟୀ ଓ ପୋଲିସର ସମକକ୍ଷ ମର୍ଯ୍ୟାଦା ଦେବା ପାଇଁ ବହୁବାର ଆବେଦନ କରା ଯାଇଥିଲା । ମାତ୍ର ରାଜ୍ୟ ସରକାର ତାହାକୁ ଅଣଦେଖା କରିବାରୁ ସଂଘ ପକ୍ଷରୁ ପ୍ରଥମେ ଓଡ଼ିଶା ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରା ଯାଇଥିଲା । ଉଭୟ କୋର୍ଟ ଅନ୍ୟ ରାଜ୍ୟର ଗୃହରକ୍ଷୀଙ୍କ ବଢା ଦରମା ଅନୁପାତରେ ଦରମା ଦେବା ପାଇଁ ଗୃହରକ୍ଷୀଙ୍କ ସପକ୍ଷରେ ରାୟ ଦେଇଥିଲେ ହେଁ ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରା ଯାଇନାହିଁ । ଯାହାକୁ ନେଇ ଗୃହରକ୍ଷୀମାନେ ଅସନ୍ତୁଷ୍ଟ ଥିବା ବେଳେ ପୁନର୍ବାର ରାଜ୍ୟ ସରକାର ନିଜର ଅସୁବିଧାକୁ ସାର୍ବଜନୀନ ନକରାଇବା ପାଇଁ ନିର୍ଦ୍ଦେଶନାମା ଜାରି କରିବାରୁ ଗୃହରକ୍ଷୀ ସଂଘ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ତାହାର ଜବାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଏକ ପତ୍ର ଆସିଅଛି ଏବଂ ସେଥିରେ ଆବେଦନକାରୀ ବନ୍ତ ଥାନାର ଗୃହରକ୍ଷୀ ତଥା ପ୍ଲାଟୁନ୍ କମାଣ୍ଡର ଏବଂ ରାଜ୍ୟ ଗୃହରକ୍ଷୀ ମହାସଂଘର କର୍ମକର୍ତ୍ତା ପ୍ରକାଶ କୁମାର ଜେନାଙ୍କୁ ନିଆ ଯାଇଥିବା ପଦକ୍ଷେପ ସଂପର୍କରେ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ଗୃହରକ୍ଷୀମାନେ ଖୁସି ବ୍ୟକ୍ତ କରିଥିବା ବେଳେ ସେମାନଙ୍କ ଦାବୀ ପୂରଣ ନେଇ ଆଶାର ସଂଚାର ହୋଇଛି ବୋଲି ପ୍ରକାଶ କୁମାର ଜେନା ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ