ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀଙ୍କ ଧାରଣା

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଜମାକାରୀମାନେ ନଭେମ୍ବର ୧୦ ତାରିଖ ଦିନ ଧାରଣା ଦେଇଥିବା ଜଣାପଡିଛି। ଦୀର୍ଘ ବର୍ଷ ହେଲା ଜମାକାରୀଙ୍କ ମେଚ୍ଯୁରିଟି ଟଙ୍କା ଫେରସ୍ତ ହୋଇ ନଥିବା ଯୋଗୁଁ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସାହାରା ଇଣ୍ଡିଆ ଜମାକାରୀ ମଞ୍ଚର ରାଜ୍ୟ ଉପସଭାପତି ସୁନିଲ କୁମାର ଦାଶଙ୍କ ନେତୃତ୍ତ୍ଵରେ ଜମାକାରୀମାନେ ବୁଗୁଡ଼ା ଶାଖା ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ବହୁ କଷ୍ଟରେ ଉପାର୍ଜିତ ଟଙ୍କାକୁ ସାହାରା ଇଣ୍ଡିଆରେ ଜମା କରିଥିଲେ। ୨୦୧୨ ମସିହା ଠାରୁ ସାହାରା ଇଣ୍ଡିଆ ଆଉ ଲୋକଙ୍କ ମେଚ୍ଯୁରିଟି ଟଙ୍କା ଫେରସ୍ତ ଦେଇନାହିଁ। ସାହାରା ଇଣ୍ଡିଆ କମ୍ପାନୀର ଶାଖା ପରିଚାଳକ , ଆଞ୍ଚଳିକ ପରିଚାଳକ ଓ ମଣ୍ଡଳ ପରିଚାଳକଙ୍କ ନିକଟରେ ଜମାରାଶି ଫେରସ୍ତ ପାଇଁ ଜମାକାରୀମାନେ ବାରମ୍ବାର ଦାବି କଲେ ମଧ୍ୟ ଟଙ୍କା ଫେରସ୍ତ ଦେଉନଥିବା ଜମାକାରୀମାନେ ପ୍ରକାଶ ପାରିଛନ୍ତି। ଜମାକାରୀଙ୍କ ଜମାରାଶି ଫେରସ୍ତ ନହେଲେ ରାଜ୍ୟର ସମସ୍ତ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ଏକ ଦିବସୀୟ ଧାରଣା ଦେବାପାଇଁ ଚେତାବନୀ ଦେଇଥିଲେ। ଧାରଣାରେ ବୁଗୁଡ଼ା ସଭାପତି ଅଶୋକ କୁମାର ପାଢୀ ସନ୍ତୋଷ କୁମାର ମହାରଣା, ଲକ୍ଷ୍ମୀ ନାରାୟଣ ମିଶ୍ର, ରତ୍ନାକର ବାଡତ୍ୟା, ପୁରୁଷୋତ୍ତମ ସାହୁ, କିଶୋର ଗୁରୁ, ନାରାୟଣ ନାୟକ, ସନ୍ଯାସୀ ମହାରଣା, ଭଜରାମ ବାରିକ, ରାଘବ ବାରିକ ପ୍ରମୁଖ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ