ସାହାସପୁରରେ ଆମ ପୋଲିସ ସମିତିର ସଚେତନତା ସମାବେଶ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ସମାଜରୁ କୁସଂସ୍କାର ଅନ୍ଧବିଶ୍ୱାସ ଗୁଣି ଗାରେଡ଼ି ବିଲୋପ ସହ ଘରୋଇହିଂସା ନିରାକରଣ ବାଲ୍ୟବିବାହ ନିରୋଧ ପାଇଁ ସମସ୍ତେ ଯତ୍ନବାନ ହେବା ସହ ଶିକ୍ଷାର ବିକାଶ ପାଇଁ ପୋଲିସ ସାଧାରଣ ଜନତା ଲୋକ ପ୍ରତିନିଧି ଓ ପ୍ରଶାସନ ମିଳିତ ଭାବେ ଉଦ୍ୟମ କରିବା ଆବଶ୍ୟକ ବୋଲି ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ସାହାସପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜନସଚେତନତା ସମାବେଶ ରେ ଗୁରୁତ୍ୱାରୋପ କରାଯାଇଛି । ଉପଦେଷ୍ଟା ଡ କୈଳାସ ଚନ୍ଦ୍ର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନ ସଭାରେ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଆଇଆଇସି ସବ୍ୟସାଚୀ ମଲ୍ଲ ତହସିଲଦାର ଡ ଶ୍ରୀନିବାସ ବେହେରା ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ବ୍ଲକ୍ ଉପାଧ୍ୟକ୍ଷା ରିଙ୍କି ନାୟକ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ସିଡିପିଓ ଅର୍ଚ୍ଚନା କଅଁର ସରକାରୀ ଓକିଲ ସତ୍ୟନାରାୟଣ ରଥ ଜିଲ୍ଲାପରିଷଦ ସଭ୍ୟା ସୁଲତାରାଣୀ ସ୍ୱାଇଁ ସରପଞ୍ଚ ସୁଶାନ୍ତ ସେଠି ସମିତିସଭ୍ୟା ଏ ଅପସରି ପାତ୍ର ପ୍ରମୁଖ ଶୃଙ୍ଖଳିତ ସମାଜ ଗଠନସହ ପୋଲିସ ପ୍ରଶାସନ ସହ ଲୋକଙ୍କ ସମ୍ପର୍କ ସମେତ ବିଭିନ୍ନ କୁପ୍ରଥା ବିଲୋପ ଓ ଆଇନ ରେ ଥିବା ଧାରା ଉପଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ସମିତି ସଭ୍ୟ ପ୍ରତିନିଧି ଏ କୈଳାସ ପାତ୍ର , ଗୋପାଳ ରାଉଳ, ଅଭୟ ନାହାକ ,ପୂର୍ବତନ ସମିତି ସଭ୍ୟ ଚୁଡ଼ାମଣି ସ୍ୱାଇଁ ସୁଶାନ୍ତ ବାଡତ୍ୟା ପ୍ରମୁଖ ପରିଚାଳନା କରିଥିଲେ ।


