ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ନେଇ କର୍ମଶାଳା
ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ଠାରେ ଶିଶୁ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଲଟର ଆନୁକୂଲ୍ୟରେ ଏବଂ-PECuc (ଭୁବନେଶ୍ୱର) ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସରପଞ୍ଚ କବିତା ସାହୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସମିତି ସଭ୍ୟ କବିତ ରେଡ୍ଡୀ ଓ ପଞ୍ଚାୟତ ପିଓ ଲଳିତାଜାନୀଯୋଗଦେଇଥିଲେ। ପ୍ରଶିକ୍ଷକ ଭାବେ ଶୁକଣ୍ଠ ପଣ୍ଡା ଓ ଧୀରେନ ପଣ୍ଡା ଯୋଗ ଦେଇ ଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସେଲଟର ସ୍ୱେଚ୍ଛାସେବୀ ଉମାଶଙ୍କର ଦାସ । ଏହି କାର୍ଯ୍ୟକ୍ରମରେ ୱାଡ଼ ସଭ୍ୟ, 6ଟି ଗ୍ରାମ୍ୟ କମିଟି ସଭ୍ୟ ଅଙ୍ଗନାବାଡ଼ି, ସିଆରପି, ମହିଳା ସଙ୍ଘ ଯୋଗ ଦେଇଥିଲେ ।


