ସାହାସୀ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ଙ୍କୁ ମିଳିବ ବୀରଚକ୍ର ସମ୍ମାନ
(ନୁଗାବ୍ଦ ନ୍ୟୁଜ)ସ୍ୱତନ୍ତ୍ରତା ଦିବସ ଅବସରରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ବୀରଚକ୍ର ବୀରତ୍ୱର ପୁରସ୍କାର ସମ୍ମାନରେ ସମ୍ମାନିତ କରାଯାଇଛି । ଅଭିନନ୍ଦନ ବାଲାକୋଟରେ ଏୟାରଷ୍ଟ୍ରାଇକ ପରେ ସୀମାରେ ପାକିସ୍ତାନର ଯୁଦ୍ଧ ବିମାନ ଉପରେ ଜବରଦସ୍ତ ଆକ୍ରମଣ କରିଥିଲେ । ଏହି ସମୟରେ ପାକିସ୍ତାନର ଏଫ-୧୬ ବିମାନକୁ ମାରି ତଳକୁ ଖସାଇଥିଲେ ଯାହାଫଳରେ ପାକିସ୍ତାନ ତାଙ୍କୁ ବନ୍ଦୀ କରିଥିଲା । କିନ୍ତୁ ଭାରତର କୂଟନୈତିକ ଚେଷ୍ଟା ଆଗରେ ପାକିସ୍ତାନକୁ ହାର ମାନିବାକୁ ପଡିଥିଲା ଏବଂ ବର୍ତ୍ତମାନ ଫେରି ଆସିଥିଲେ । ଯାହାପଳରେ ଚତୁର୍ଦ୍ଦିଗରେ ତାଙ୍କୁ ପ୍ରଶଂସା କରାଯାଉଥିଲା ।


