ସିଙ୍ଗଡୋବରେ କୃଷକ ମେଳା ଅନୁଷ୍ଠିତ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ସିଙ୍ଗଡୋବ ଗ୍ରାମରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱସ୍ଥ୍ୟକାର୍ଡ ୨୦୧୯/୨୦ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ୩୬ ନଂ ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ୩୫ନଂ ଜେନାର ଜିଲ୍ଲାପରିଷଦ ସଦସ୍ୟା ସୁକାନ୍ତୀ ଜେନା, ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଯୋଗଦେଇ କୃଷକ ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ଉପରେ ଗୁରୁତ୍ୱାରୋପ କରିଥିଲେ । ବିଶେଷକରି ରାଜ୍ୟସରକାର ମହିଳା ମାନଙ୍କୁ ପ୍ରାଥମିକତା ଦେଉଥିବାବେଳେ ମହିଳାମାନେ କୃଷିକ୍ଷେତ୍ରରେ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ହାଟଡିହି ବ୍ଲକରେ ଆବଶ୍ୟକ ସଂଖ୍ୟକ ଗ୍ରାମ୍ୟ କୃଷି କର୍ମଚାରୀ ନିଯୁକ୍ତି ଦେବାକୁ ବଞ୍ଚୋ ସରପଞ୍ଚ ପ୍ରାାନ୍ତ ରାଉତ ଦାବି ଉପସ୍ଥାପିତ କରିଥିଲେ । ଏଥିରେ ଆନନ୍ଦପୁରର କୃଷିଜିଲ୍ଲା ଅଧିକାରୀ ମନୋଜ କୁମାର ମହାନ୍ତି, ମୃତ୍ତିକା ରସାୟନବିତ ରବିନ୍ଦ୍ର କୁମାର ସାହୁ, ବ୍ଲକ ପଶୁଚିକିତ୍ସା ଅଧିକାରୀ ଡାକ୍ତର ରଶ୍ମୀ ରଞ୍ଜନ ନାୟକ, ଘସିପୁରା ବ୍ଲକ ସହକାରୀ କୃଷି ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ହାଟଡିହି ବ୍ଲକ କୃଷି ଅଧିକାରୀ ଭାମାଞ୍ଜରୀ ମହାନ୍ତ, ମହିଳା ଶିଶୁ ପରିଦର୍ଶିକା ନିରୁପମା ରାଉତ, ଏମଏସଟିଏଲ ର ସଂଯୋଜକ ଶତୃଘ୍ନ ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଯୋଜନା ଉପରେ ଆଲୋକପାତ କରିବା ସହିତ ମାଟି ପରୀକ୍ଷା କରାଇ ଅଳ୍ପ ପରିମାଣର ସାର ବିଷ ଦେଇ ଅଦôକ ଅମଳ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷକରି ଚାଷୀମାନେ କେବଳ ଧାନଚାଷ ଉପରେ ନିର୍ଭର ନକରି ଅଧିକ ଲାଭବାନ ଫସଲ ଚାଷ କରିବା ଦିଗରେ ଯତ୍ନବାନ ହେବାକୁ କୃଷି ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ଏଥିରେ ହାଟଡିହି ବ୍ଲକରେ କାର୍ଯ୍ୟରତ ସମସ୍ତ ଗ୍ରାମ୍ୟ କୃଷି କର୍ମଚାରୀ ଓ କୃକ ସାଥିମାନେ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଦୁଇଶହ ପାଖାପାଖି ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ