ସିଙ୍ଗିପୁର ରେ ବିକଶିତ ଭାରତ ସଂକଳ୍ପ ରଥ କୁ ସ୍ଵାଗତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଭାରତ ସରକାରଙ୍କ ବିକଶିତ ଭାରତ ସଂକଳ୍ପ ରଥ କୁ ସିଂଗିପୁର ପଞ୍ଚାୟତ ରେ ପହଞ୍ଚିବା ପରେ ମହିଳା ମାନେ ବନ୍ଦାପନା କରି ଭବ୍ୟ ସମର୍ଦ୍ଧନା କରିଥିଲେ। ଏଲଇଡି ମାଧ୍ୟମରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଧନଜନ,ଉଜ୍ୱାଲା,ରାସନ କାର୍ଡ, କିଷାନ କ୍ରେଡିଟ କାର୍ଡ, ଆୟୁଷ୍ମାନ ଭାରତ ପିଏମ କିଶାନ ଯୋଜନା ଗୁଡିକ ଜନସାଧାରଣ ଙ୍କୁ ସତେତନତା କରାଯାଇଥିଲା । ବିକଶିତ ଭାରତ ସଂକଳ୍ପ ରଥ କାର୍ଯ୍ୟକ୍ରମ କୁ ବିଜେପି ର ବରିଷ୍ଠ ନେତା ତଥା ରାଜ୍ୟ କାର୍ଯ୍ୟ କାରିଣି ସଦସ୍ୟ ଶ୍ରୀ ବିଜୟ କୁମାର ସ୍ୱାଇଁ ଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ |କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ସଫଳତା ଓ ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ଦୃଢ ନିଷ୍ଠା ଓ ନେତୃତ୍ୱ ଦ୍ୱାରା ଭାରତ ର ବିକାଶ ହେବା ସହିତ ଦେଶର ମାନ, ସମ୍ମାନ ଓ ସ୍ୱାଭିମାନ ବଢିବା ସହିତ ସାମାଜିକ ସୁରକ୍ଷା ଓ ଆର୍ଥିକ ପ୍ରଗତି ବଢିଥିବା କଥା ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ସିଂଗିପୁର ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ପ୍ରତିମା କୁମାରୀ ମହାପାତ୍ର,ନାଏବ ସରପଞ୍ଚ ଅଜିତ କୁମାର ମହାଙ୍କୁଡ଼, ସରପଞ୍ଚ ପ୍ରତିନିଧି ଚନ୍ଦ୍ରଶେଖର ମହାପାତ୍ର, ଡିଆରଡିଏ, ପ୍ରତିନିଧି ବନିତା ନାହାକ ଜିଆରଏସ,ନିରଞ୍ଜନ ଦୋରା , ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ, ସୁପେରଭାଇଜର ମମତାଞ୍ଜଳି ପଣ୍ଡା. ଏମବିକେ,ଶୁଭଶ୍ରୀ ମାଲିକ, ଯୋଗାଣ ସହାୟକ ପ୍ରତାପ ଦୋରା, ଵାପୁନି ସେଠି, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଗଦାଧର ସ୍ୱାଇଁ ,ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ଯମୁନା ନାୟକ, ପଞ୍ଚାୟତ ର ୱାର୍ଡ ସଭ୍ୟ/ସଭ୍ୟା, ସରକାରୀ କର୍ମଚାରୀ ବିଭିନ୍ନ ବିଭାଗର କାର୍ଯ୍ୟକର୍ତା ଓ ପଞ୍ଚାୟତ ର ବହୁ ପଞ୍ଚାୟତ ବାସି ଉପସ୍ଥିତ ଥିଲେ | ସଭାରେ ମୁଖ୍ୟ ଅତିଥି ଶ୍ରୀ ସ୍ୱାଇଁ ସ୍ୱଚ୍ଛତା ପାଇଁ ଶପଥ ପାଠ କରାଇଥିଲେ |ପରେ ସାଂସୃତିକ ଉତ୍ସବ ରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମାନ ପତ୍ର ସହ ପୁରସ୍କାର ଦିଆ ଯାଇଥିଲା |


