ସିପି ଭୁବନେଶ୍ୱର ଗୃହରକ୍ଷୀମାନଙ୍କ ପ୍ରତି ଥିବା ଅହେତୁକ ଆନ୍ତରିକତାକୁ ବିରୋଧ କଲା ରାଜ୍ୟ ଗୃହରକ୍ଷୀ ମହାସଂଘ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର କମିଶନର ଖୋର୍ଦ୍ଧାଜିଲ୍ଲା ଗୃହରକ୍ଷୀମାନଙ୍କ ପାଇଁ ୱେଲଫେୟାର ଫଣ୍ଡ ଗଠନ କରାଯିବା ନେଇ ତତ୍ପରତା ପ୍ରକାଶ କରିଛନ୍ତି । ଯାହାକୁ ନେଇ ରାଜ୍ୟ ଗୃହରକ୍ଷୀ ମହାସଂଘ ତୀବ୍ର ପକ୍ଷରୁ ବିରୋଧ କରାଯାଇଇଛି । କିଛିଦିନ ତଳେ ଖୋର୍ଦ୍ଧା ଜିଲ୍ଲାରେ ୱେଲଫେୟାର ଫଣ୍ଡ ଗଠନ ପାଇଁ ଡିସିପି ଭୁବନେଶ୍ୱର ଏବଂ ଏସିପି ହୋମଗାର୍ଡ଼ ପ୍ରୟାସ କରିଥିଲେ । ଏଭଳି ନିଷ୍ପତ୍ତିକୁ ବିରୋଧ କରି ମହାସଂଘ ସଭାପତି ଉପେନ୍ଦ୍ର ମହାପାତ୍ର କହିଥିଲେ ଯେ, ବିଗତ ଦିନରେ ଏଭଳି ନିଷ୍ପତ୍ତି ନିଆଯାଇ ୱେଲଫେୟାର ଫଣ୍ଡ ଗଠନ କରାଯାଇଥିଲା । ମାତ୍ର ଦୁଃଖର ବିଷୟ ଯେତେବେଳେ ଗୃହରକ୍ଷୀମାନଙ୍କର ଅର୍ଥ ଆବଶ୍ୟକତା ପଡ଼ିଲା, ସେତେବେଳେ ଫଣ୍ଡରେ ଅର୍ଥ ନାହିଁ । ତଦନ୍ତ ପରେ ଜଣାପଡ଼ିଲା ଯେ, ଦାୟିତ୍ୱରେ ଥିବା ଅଧିକାରୀମାନେ ସେହିସବୁ ଅର୍ଥକୁ ନେଇ ଝିଅ ବିଭାଘର, ପୁଅ ନିର୍ବନ୍ଧ ଏବଂ ଜାଗା କିଣାରେ ବିନିଯୋଗ କରିଛନ୍ତି ।ବିଗତ ଦିନରେ କରାଯାଇଥିବା ଘୋଟାଲାକୁ ଅନୁଧ୍ୟାନ କରି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରେ ୱେଲଫେୟାର ଗଠନ ହେବା ପାଇଁ ଜଣାଇଥିଲେ । କିନ୍ତୁ ଆଜି ଦେଖିବାକୁ ମିଳୁଛି ଯେ, କମିଶନର ସାହେବ ତତ୍ପରତାର ସହିତ ଏହି ଫଣ୍ଡ ଗଠନ କରିବାକୁ ଥାନାମାନଙ୍କରେ ସାଦା ପେପର ଦସ୍ତଖତ କରିବା ପାଇଁ ଗୃହରକ୍ଷୀମାନଙ୍କ ଉପରେ ଚାପ ପକାଯାଉଛି ଏବଂ ମାସିକ ୧୫୦ ଟଙ୍କା ଲେଖାଏଁ ଆଦାୟ କରିବାକୁ ନିର୍ଦ୍ଦଶ ଦେଇଛନ୍ତି, ଯାହାକୁ ହିସାବ କଲେ ୧୮ ଲକ୍ଷ ଟଙ୍କା ହେବ । ଏଠି ପ୍ରଶ୍ନ ଉଠୁଛି ଯେ, ଗୃହରକ୍ଷୀମାନଙ୍କ ଭବିଷ୍ୟତ ହେଉ କି ସେମାନଙ୍କ ସମସ୍ୟା କ୍ଷେତ୍ରରେ କମିଶନର କୌଣସି ପ୍ରକାର କ୍ରିୟାଶୀଳ ମନୋଭାବ ରଖିଥିବାର ନଜିର ନାହିଁ । ଆଜି ଗୃହରକ୍ଷୀମାନଙ୍କ ୱେଲଫେୟାର ଗଠନ ପାଇଁ ଏତେ ଅନୁକମ୍ପା କାହିଁକି ବୋଲି କମିଶନରଙ୍କୁ ପ୍ରଶ୍ନ କରିଛନ୍ତି ରାଜ୍ୟ ଗୃହରକ୍ଷୀ ମହାସଂଘ । ଗୃହରକ୍ଷୀମାନଙ୍କ ଭବିଷ୍ୟତ ଉନ୍ନତି ଦିଗରେ ସାମାଜିକ ସୁରକ୍ଷା ଇପିଏଫ୍ ହେଉ ବା ଜିପିଏଫ୍‌, ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପୋଲିସ୍ କମିଶନର କାହିଁକି ତତ୍ପରତା ପ୍ରକାଶ କରୁନାହାଁନ୍ତି । କ’ଣ ତାଙ୍କର ସ୍ୱାର୍ଥ ଲୁଚି ରହିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ