ସୁନାମି ସମ୍ପର୍କିତ ନେଇ ଜିଲ୍ଲା ସ୍ତରୀୟ ମକ ଡ୍ରିଲ ନିମନ୍ତେ ଏକ ପ୍ରସ୍ତୁତି ବୈଠକ

ଛତ୍ରପୁର, (ଦେବଦତ୍ତ ମହାରଣା):ସୁନାମୀ ଆସିବା ପୂର୍ବରୁ କିପରି ସତର୍କ ରହିବ, ସୁନାମି ଆସିଲେ ଲୋକଙ୍କୁ କିପରି ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ଉଦ୍ଧାର କରାଯାଇପାରିବ ସେ ନେଇ ଶୁକ୍ରବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଆଇଓୱେବ ୨୩ ସୁନାମି ଜିଲ୍ଲା ସ୍ତରୀୟ ମକ ଡ୍ରିଲ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ପକ୍ଷରୁ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଅଧ୍ୟକ୍ଷତା କରି ସୁନାମୀ ମକଡ୍ରିଲ ସମ୍ପର୍କରେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଜିଲ୍ଲାରେ ସୁନାମୀ ଗାଁ ଭାବେ ୪୨ ଟି ଗାଁ କୁ ଚିହ୍ନଟ କରାଯାଇଛି । ସୁନାମୀ ସମ୍ପର୍କରେ ଲୋକେ କିପରି ଆଗୁଆ ସୂଚନା, ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ବିଭିନ୍ନ ଆଶ୍ରୟସ୍ଥଳୀରେ ରଖିବା, ସୁନାମୀ ସମ୍ପର୍କରେ ସଚେତନ କରିବା, ଜରୁରୀ କାଳୀନ ସେବା ଗୁଡିକ ଲୋକେ କିପରି ପାଇପାରିବେ ତାକୁ ଦୃଷ୍ଟିରେ ରଖି ଆଗୁଆ ରୁଟ ମ୍ୟାପ୍ ପ୍ରସ୍ତୁତି କରିବା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ଆସନ୍ତା ୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ରାମଗଡ ଓ ପାଳିବନ୍ଧ ପଂଚାୟତର ୮ ଟି ଗ୍ରାମରେ ସୁନାମୀ ସମ୍ପର୍କିତ ମକ ଡ୍ରିଲ ଅନୁଷ୍ଠିତ ହେବ । ଏଥିରେ ଅଗ୍ନିଶ୍ରମ ବିଭାଗ, ଓଡ୍ରାଫ୍‌, ସାଗର ମିତ୍ର, ଆପଦ ମିତ୍ର. ସ୍ୱୟଂସିଦ୍ଧା, ବାତ୍ୟା ଆଶ୍ରୟସ୍ଥଳିର ସମ୍ପାଦକଙ୍କ ସମେତ ବିଭିନ୍ନ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନେ ସାମିଲ ହେବେ ବୋଲି ଜିଲ୍ଲା ଜରୁରୀ କାଳୀନ ଅଧିକାରିଣୀ ଆୟୁଷି ପତି କହିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଓସଡ଼ମାର ଜିଲ୍ଲା ପକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ, ଗଞ୍ଜାମ ବିଡିଓ ଜସ୍ମିନ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ନିମାଇଁ ଚରଣ ବସ୍ତିଆ, ସାମୁଦ୍ରିକ ସହକାରୀ ମତ୍ସ୍ୟ ଅଧିକାରୀ ସୁବ୍ରତ କୁମାର ପଟ୍ଟନାୟକ, ଓଡ୍ରାଫ୍ ର ପ୍ରସନ୍ନ କୁମାର ସୁବୁଦ୍ଧିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ