ବସ୍ତା ଠାରେ ବାଇକ-ଟ୍ରକ ଧକ୍କା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ରେ ବସ୍ତା ଠାରେ ଚନ୍ଦନେଶ୍ଵର ରୁ ବାଲେଶ୍ଵର ରେମୁଣା ଅଭିମୁଖେ ବାଇକରେ ଯାଉଥିବା ଯାତ୍ରା କଳାକାର ତଥା ସ୍ବାମୀ,ସ୍ତ୍ରୀ ଟ୍ରକ୍ ଧକ୍କାରେ ଗୁରୁତର ହୋଇଥିଲେ।ସେମାନଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଚିକିତ୍ସାଧୀନ ଅବସ୍ଥାରେ ସନ୍ଧ୍ୟାରେ ସ୍ୱାମୀର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଥିବାର ଜଣାପଡିଛି।ମୃତକ ହେଲେ ରେମୁଣା ଥାନା ହାତିଆଗଣ୍ଡ ଅନ୍ଦିବେହେରା ଗ୍ରାମର ସତ୍ୟପ୍ରକାଶ ସାହୁ ଏବଂ ଗୁରୁତର ସ୍ତ୍ରୀ ହେଲେ କବିତା ସାହୁ।ଦୁହେଁ ଚକଲେଟ ଦରବାର ଯାତ୍ରା ରେ କଳାକାର ଭାବେ କାର୍ଯ୍ୟ କରନ୍ତି।ତେବେ ଚନ୍ଦନେଶ୍ଵର ଠାରେ ଯାତ୍ରା ଚାଲିଥିବା ବେଳେ ଆଜି ବାଇକରେ ଦୁହେଁ ଘରକୁ ଯାଉଥିଲେ,ବସ୍ତା ଠାରେ ଟ୍ରକ୍ ସହ ବାଇକ ର ଧକ୍କା ହୋଇଥିଲା।ଗୁରୁତର ଅବସ୍ଥାରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।ଖବର ପାଇ ପରିବାର ଲୋକେ ଚିକିତ୍ସାଳୟ ରେ ପହଞ୍ଚି ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ