ବାଲ୍ୟ ବିବାହ ମୁକ୍ତ ନେଇ ସ୍କଚ୍ ସ୍ୱର୍ଣ୍ଣ ଆୱାର୍ଡ ମିଳିଥିବାରୁ

ଛତ୍ରପୁର, (ଦେବଦତ୍ତ ମହାରଣ) : ଗଞ୍ଜାମ ଜିଲ୍ଲାରେ ନିର୍ଭୟ କଢି କାର୍ଯ୍ୟକ୍ରମ ମାଧ୍ୟମରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ଓଡିଶା ପାଇଁ ସଫଳତା ଆଣିଛି । ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଓଡିଶା ମହିଳା ଓ ଶିଶୁ ବିକାଶ ବିଭାଗ ଜାତୀୟ ସ୍ତରରେ ସ୍କଚ୍ ସ୍ୱର୍ଣ୍ଣ ଆୱାର୍ଡ ପାଇଛି । ବାଲ୍ୟ ବିବାହ ସମ୍ପୁର୍ଣ୍ଣ ଭାବେ ରୋକିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିଜସ୍ୱ ଉଦ୍ୟମରେ ଗତ ଦୁଇ ବର୍ଷ ହେଲା ଜିଲ୍ଲାରେ ନିର୍ଭୟ କଢି କାର୍ଯ୍ୟକ୍ରମ ଚାଲିଛି । ଯାହାଦ୍ୱାରା କିଶୋରୀ ମାନେ ସଶକ୍ତିକରଣ ହୋଇପାରିଛନ୍ତି । ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲା ଟିମ୍ ର ସମସ୍ର ସଦସ୍ୟଙ୍କୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ଧନ୍ୟବାଦ ଜଣାଇବା ସହ ଏହି ଉଲ୍ଲେଖନୀୟ କାର୍ଯ୍ୟ ଜାରି ରଖିବା ନିମନ୍ତେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲାର ୨୦୪୨ ଗ୍ରାମ, ସହରାଂଚଳର ୨୨୬ଟି ୱାର୍ଡ ଏବଂ ୨୨୧ଟି ପଂଚାୟତକୁ ଏ ପର୍ଯ୍ୟନ୍ତ ବାଲ୍ୟ ବିବାହ ମୁକ୍ତ ଭାବେ ଘୋଷଣା କରାଯାଇଛି । ସେହିପରି ଲିଙ୍ଗ ଅନୁପାତରେ ସମାନୁପାତ ରହିବା ଦିଗରେ ମଧ୍ୟ ପ୍ରୟାସ ଜାରି ରହିଛି । ଯାହା ଫଳରେ ଗଞ୍ଜାମ ଜିଲ୍ଲାର ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁଁ ଓଡିଶା ମହିଳା ଓ ଶିଶୁ ବିକାଶ ବିଭାଗ ସମଗ୍ର ଭାରତ ବର୍ଷରେ ଲୋକଲୋଚନକୁ ଆଣି ସ୍କଚ ସ୍ୱର୍ଣ୍ଣ ପଦକ ହାସଲ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ