ସୁରତରୁ ତିନିଜଣ ଆସି ଲୁଚିଲେ ଘରେ, ,ଉଦ୍ଧାର କରି କ୍ୱରେଣ୍ଟାଇନ ନେଲେ ପ୍ରଶାସନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବୁରେ ପ୍ରବାସୀ ଓଡ଼ିଆଙ୍କ ନିଜ ଘରେ ପ୍ରବେଶ କୁ ଗ୍ରାମବାସୀ ବିରୋଧ କରିବା ସହ ଗୋଟିଏ ପରିବାରର ବାପା,ମାଁ ଓ ପୁଅ ପରିବାରର ସୁରତ ଫେରନ୍ତାଙ୍କୂ ଗ୍ରାମରେ ଅଟକ ରଖିଥିଲେ ।ଖବର ପାଇ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ବେଲଗୁଣ୍ଠା ତହସିଲଦାର ତଥା ବିଡିଓ ସରୋଜ କୁମାର ବେହେରା,ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଏମାନଙ୍କୁ ଉଦ୍ଧାର କରି ତନରଡା ୟୁ.ପି ସ୍କୁଲ ସଙ୍ଗରୋଧ ଗୃହରେ ରଖିଥିଲେ ।ଗ୍ରାମବାସୀଙ୍କ ସୁଚନା ପ୍ରକାରେ ପରିବାରର ଏହି ତିନି ଜଣ ସଦସ୍ୟ ଗୁଜୁରାଟର ସୁରତରେ ରହିଆସୁଥିଲେ ।କିଛି ଦିନ ପୁର୍ବରୁ ଏମାନେ ଓଡିଶା ଆସି କେନ୍ଦ୍ରାପଡା ଜିଲ୍ଲାରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ କିଛି ଦିନ କଟାଇ ଥିଲେ ।ଆଜି ସକାଳ ୯ ଟା ସମୟରେ ଏକ କାର୍ ରେ କେନ୍ଦ୍ରାପଡା ଜିଲ୍ଲାରୁ ଆସି ନିଜ ଗ୍ରାମ ବାଣତୁମ୍ବୁରେ ପହଞ୍ଚିଥିଲେ ।ଗ୍ରାମବାସୀ ଏହା ଜାଣିବା ପରେ ସ୍ଥାନୀୟ ସରପଞ୍ଚ, ବିଡିଓ ଏବଂ ଉପଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।ଏହାକୁ ନେଇ ଗ୍ରାମରେ କିଛି ସମୟ ଉତ୍ତେଜନା ଦେଖାଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ