ସୁର ସାମ୍ରାଜ୍ଞୀଙ୍କ ବିୟୋଗରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଭକ୍ତି ସଙ୍ଗୀତ ସଂସଦ ଓ ପୂଣ୍ୟତୀର୍ଥ ସାହିତ୍ୟ ସଂସଦର ମିଳିତ ଆନୁକୁଲ୍ୟରେ ଭାଗୀରଥୀ ପାଢି ସ୍ମୃତି କଳା ପ୍ରତିଷ୍ଠାନ ପ୍ରେକ୍ଷାଳୟରେ ସ୍ୱର୍ଗତ ଲତା ମଙ୍ଗେସକରଙ୍କ ବିୟୋଗରେ ଅନୁଷ୍ଠାନର ସଭାପତି ଇଂ ତୀର୍ଥବାସୀ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ରୂପେ ମହନ୍ତ ଶ୍ରୀ ରାମାନନ୍ଦଜୀ, ସମ୍ମାନିତ ଅତିଥି ଶ୍ରୀ ରଘୁନାଥ ପାତ୍ର ଯୋଗଦେଇ ଲତାଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥ ନିଜ ବକ୍ତବ୍ୟରେ ସଙ୍ଗୀତ ଜଗତର ଏକ ସ୍ୱର୍ଣ୍ଣାଭ ଯୁଗର ଅବସାନ ହୋଇଥିବା ପ୍ରକାଶ କରିଥିଲେ । ସେହିପରି ଶ୍ରୀମତି ଆଶାଲତା ପାଣିଗ୍ରାହୀ, ଡ. କଲ୍ୟାଣୀ ମିଶ୍ର, ଶ୍ରୀମତି ଈତିଶ୍ରୀ ମହାପାତ୍ର, ଶ୍ରୀମତି ସ୍ନିଗ୍ଧା ମିଶ୍ର, ଶ୍ରୀ ବିଜୟ ପ୍ରଧାନ, ଶ୍ରୀ ବାବାଜୀ ଚରଣ ବେହେରା, ଶ୍ରୀ ସରୋଜ ପଣ୍ଡା ଯୋଗଦେଇ ନିଜର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭକ୍ତି ସଙ୍ଗୀତ ବିଦ୍ୟାଳୟର ଛାତ୍ରୀ ସ୍ନେହା ପାତ୍ର, ସାଇ ଶୁଭଶ୍ରୀ ପାତ୍ର ଓ ସୁଲଗ୍ନା ପଟନାୟକ ସ୍ୱର୍ଗତ ଲତା ମଙ୍ଗେସକରଙ୍କ ସ୍ମୃତିରେ ସଙ୍ଗୀତ ପରିବେଷଣ କରିଥିଲେ । ଅନୁଷ୍ଠାନର କାର୍ୟ୍ୟକାରୀ ସମ୍ପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ ।


