ସେପ୍ଟେମ୍ବର ୨୮ ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ଦିବସରେ ରାଜ ଭବନ ସମ୍ମୁଖରେ ଧାରଣା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ମେଡିକାଲ କଲେଜ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ସ୍ଥାନୀୟ ପବ୍ଲିକ ରିଡିଂରୁମ ପରିସରରେ ସଭାପତି ପ୍ରାଧ୍ୟାପକ ଅଜୟ ସାମଲଙ୍କ ସଭାପତିତ୍ୱରେ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇ ପ୍ରାରମ୍ଭରେ ସଂପାଦକ ଆଇନଜୀବୀ ରମଣୀ ରଞ୍ଜନ ରାଉତରାୟ ବିଗତ ଦିନର କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ଆମ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲେ ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ପ୍ରଭୃତିି ଜିଲ୍ଲାର ପ୍ରାୟ ୫୦ ଲକ୍ଷ ଲୋକ ଏହା ଉପରେ ନିର୍ଭର କରିବେ । ମାତ୍ର ଆମ ଜିଲ୍ଲାରେ ଜାତୀୟ ରାଜପଥ, ରେଳପଥ, ମହାନଦୀ ଓ ବ୍ରାହ୍ମଣୀ ନଦୀର ପ୍ରଭାବ ଥିଲାବେଳେ ସରକାର ୩ଟି ରୁ ୧୧ଟି ସରକାରୀ ମେଡିକାଲ କଲେଜ ଓ ୨୦ରୁ ଉର୍ଦ୍ଧ୍ୱ ବେସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରିସାରିିଛନ୍ତି । ମାତ୍ର କେନ୍ଦ୍ରାପଡା ଜିଲ୍ଲାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନେଇଥିବା ବେଳେ ଏଠାରେ ସରକାରୀ ମେଡିକାଲ କଲେଜ ନାହିଁ । ବର୍ତ୍ତମାନ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ଜିଲ୍ଲାର ସମସ୍ତ ମନ୍ତ୍ରୀ, ବିଧାୟକ ସାଂସଦ ଓ ଲୋକ ପ୍ରତିନିଧିମାନଙ୍କୁ ଭେଟିବା ସହିତ ଆସନ୍ତା ସେପ୍ଟେମ୍ବର ୨୮ ତାରିଖ ସଂଗ୍ରାମୀ ଭଗତ ସିଂଙ୍କ ଜନ୍ମ ଦିବସରେ ଭୂବନେଶ୍ୱର ରାଜଭବନ ସମ୍ମୁଖରେ ଭୁବନେଶ୍ୱର, କଟକ ଓ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ସାମାଜିକ ସଙ୍ଗଠନ ମାନଙ୍କୁ ନେଇ ଏକ ବିଶାଳ ଗଣ ଧାରଣା ସକାଳ ୧୦ଟାରେ ଅନୁଷ୍ଠିତ ହେବ ବୋଲି ଏହି ବୈଠକରେ ସ୍ଥିର କରାଯାଇଛି । ବୈଠକରେ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ରାଜ କିଶୋର ବିଶ୍ୱାଳ, ସୋହାନା ବେଗମ, ଭାଗିିରଥୀ ଜେନା, ଆଦିକନ୍ଦ ରାଉଳ,ଫକିର ଚରଣ ଖଟୁଆ, ନିରଞ୍ଜନ ମେକାପ, ପ୍ରଫୁୁଲ୍ଲ କୁମାର ଦାସ, ଶ୍ରୀଧର ମହାନ୍ତି, ନାରାୟଣ ପଣ୍ଡା, ଗୋଲକ ଚନ୍ଦ୍ର ମହାଭୋଇ, ମେଳା ବ୍ୟବସାୟୀ ସଙ୍ଘ ସମ୍ପାଦକ ଚିତରଂଜନ ମହାନ୍ତି, ଗଫର ଖାନ, ମୁକ୍ତାର ଖାଁ, କରୁଣାକର ଦାସ, ଯସ୍ମିନ ବେଗମ କର୍ମଚାରୀ ନେତା ଅମୀୟ ନାୟକ, ହୃଷିକେଶ ନାୟକ, ଡଃ. ବଳରାମ ଲେଙ୍କା, ସାମ୍ବାଦିକ ଆଶିଷ ସେନାପତି , ଶ୍ରୀଧର ଭୋଳ, ଧିରେନ କୁମାର ଦାସ, ସିଦ୍ଧାର୍ଥ ଶଙ୍କର ରାୟ, ସୁରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ୯ଟି ବ୍ଳକ ଓ ୨ଟି ପୈାରାଞ୍ଚଳରୁ ଶତାଧିକ ଲୋକ ସାମିଲ ହୋଇଥିଲେ । ମେଡିକାଲ କଲେଜ ପ୍ରତିଷ୍ଠା ହକ ….. ପାଇଁ ….. ଏକ ହୁଅ ଡାକରାକୁ ପୁରପଲ୍ଲୀରେ ପହଞ୍ଚାଇବାକୁ ନିଷ୍ପତି ଗ୍ରହଣ କରାଯାଇଛି ।


