ସୋପାର୍ରେ ଶୀର୍ଷସ୍ତରୀୟ ଲଶ୍କର୍ ଆତଙ୍କବାଦୀକୁ ହତ୍ୟା କଲେ ନିରାପତ୍ତା ବଳ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ସୋପାର ଠାରେ ନିରାପତ୍ତା ବଳ ସହ ଗୁଳି ବିନିମୟ ସମୟରେ ଲଶ୍କର୍-ଏ-ତୈବାର ସଙ୍ଗଠନର ଜଣେ ଶୀର୍ଷସ୍ତରୀୟ ଆତଙ୍କବାଦୀ ନିହତ ହାଇଥିବା କଥା ବୁଧବାର ଦିନ ପୁଲିସ କହିଛି ।ନିହତ ଆତଙ୍କବାଦୀର ନାମ ଆସିଫ୍ । ନିକଟରେ ସୋପାରରେ ଘଟିଥିବା ଗୁଳିକାଣ୍ଡ ଏବଂ ସେଥିରେ ଜଣେ ଫଳ ବ୍ୟବସାୟୀଙ୍କ ପରିବାରର ତିନି ଜଣ ସଦସ୍ୟ ଆହତ ହେବା ଘଟଣାରେ ଆସିଫ୍ ଦାୟୀ । ଆହତମାନଙ୍କ ମଧ୍ୟରେ ଥିଲେ ଆସ୍ମାନ୍ ଜାନ୍ ନାମକ ଏକ ସାନଝିଅ । ସୋପାର ଠାରେ ଦାଦନ ଶ୍ରମିକ ଶାଫି ଆଲମ୍ ଉପରକୁ ଗୁଳି ଚଳାଇଯାଇଥିବା ମାମଲା ନିମନ୍ତେ ମଧ୍ୟ ସେ ଦାୟୀ ।ଲଶ୍କର୍-ଏ-ତୈବା ପକ୍ଷରୁ ପୋଷ୍ଟର୍ ପ୍ରକାଶ ଓ ପ୍ରସାର କରି ସ୍ଥାନୀୟ ଲୋକମାନଙ୍କୁ ଭୟଭୀତ କରିବାରେ ସମ୍ପୃକ୍ତ ଆଠଜଣ ଆତଙ୍କବାଦ ସହଯୋଗୀଙ୍କୁ ସୋମବାର ଦିନ ଗିରଫ କରାଯିବା ପରେ ଏ ଭଳି ଘଟଣା ଘଟିଛି ।ଗିରଫ ହାଇଥିବା ବ୍ୟକ୍ତିମାନେ ହେଲେ ଐଜାଜ୍ ମିର୍, ଓମାର ମିର୍, ତୱସୀଫ୍ ନଜାର, ଇମ୍ତିୟାଜ୍ ନାଜର୍, ଓମାର ଆକବର, ଫେଜାନ୍ ଲତିଏଫ୍, ଦାନିସ୍ ହବିବ୍ ଓ ସୋୱାକତ୍ ଅହମଦ ମିର । ସମ୍ପୃକ୍ତ ଅଞ୍ଚଳରେ ନିକଟରେ ହୋଇଥିବା ସାଧାରଣ ନାଗରିକଙ୍କ ହତ୍ୟା ଘଟଣାରେ ଆତଙ୍କବାଦୀ ସମ୍ପୃକ୍ତି ଘଟଣାର ପୁଲିସ ତଦନ୍ତ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ