କୃଷି ବିଜ୍ଞାନ କେନ୍ଦ୍ରରେ “ଜାତୀୟ ପଶୁରୋଧ ନିୟନ୍ତ୍ରଣ” ଶୁଭାରମ୍ଭ

ପାରଳାଖେମୁଣ୍ଡି :  (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ଆର.ଉଦୟଗିରି କୃଷି ବିଜ୍ଞାନ କେନ୍ଦ୍ର ତଥା ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗର ମିଳିତ ଆନୁକୁଲ୍ୟରେ ଆର.ଉଦୟଗିରି ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଆଜି ଜିଲ୍ଲାସ୍ତରୀୟ କର୍ମଶାଳା ତଥା ପଶୁ ଆରୋଗ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଆଜି ମାନ୍ୟବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦି ମଥୁରା ଠାରେ “ଜାତୀୟ ପଶୁରୋଧ ନିୟନ୍ତ୍ରଣ” ଏବଂ “ଜାତୀୟ କୃତ୍ରିମ ପ୍ରଜନନ” ଦୁଇ ଗୋଟି ଜାତୀୟ ଯୋଜନାର ଶୁଭାରମ୍ଭ ଅବସରରେ ଭାରତର ୬୮୭ଟି କୃଷି ବିଜ୍ଞାନ କେନ୍ଦ୍ରରେ କର୍ମଶାଳା ଏବଂ ମେଳା ଆୟୋଜନ କରାଯାଇଛି । ଚାଷି ଭାଇ ଓ ଭଉଣୀମାନଙ୍କୁ ଏହି ପଶୁରୋଗ ତଥା କୃତ୍ରିମ ପ୍ରଜନନ ବିଷୟରେ ସଚେତନତା, ପ୍ରଦର୍ଶନୀ ତଥା ତାଲିମ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମୋହନା ବିଧାୟକ ଦାସରଧି ଗମାଙ୍ଗ ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ଦ୍ୱାରା ଚାଷି ଭାଇମାନଙ୍କୁ କିପରି ତାଙ୍କ ଗାଈଗୋରୁଙ୍କ ଯତ୍ନ ନେବେ ତାହା ଏହି କ୍ରମଶାଳା ଦ୍ୱାରା ଜାଣି ପାରିବେ । ଅନ୍ୟପକ୍ଷରେ ବିଜ୍ଞାନ କେନ୍ଦ୍ରର ସଭାପତି ଡ଼. ଦିଲ୍ଲିପ କୁମାର ପଟ୍ଟନାୟ କହିଛନ୍ତି ଯେ, ପଶୁରୋଗ ନିୟନ୍ତ୍ରଣ ଯଥା ଫାଟୁଆ ଓ ବୃସେଲୋସିସ୍ ତଥା କୃତ୍ରିମ ଶଙ୍କରୀକରଣ ସମ୍ବନ୍ଧରେ ଚାଷିମାନଙ୍କୁ କର୍ମଶାଳା ମାଧ୍ୟରେ ସଚେତନତା କରାଯିବ । ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥି ରୂପେ ଆର.ଉଦୟଗିରି ବିଡିଓ ପ୍ରଦୀପ୍ କୁମାର ନାୟକ , ଆର.ଉଦୟଗିରି ଜିଲ୍ଲାପରିଷଦ ଯାକବ ମାଝୀ,ଁ ବିଜ୍ଞାନ କେନ୍ଦ୍ରର ଉପ-ସଭାପତି ଡ଼. ସଂଗ୍ରମ ପରମଗୁରୁ ବରିଷ୍ଠ ବୌଜ୍ଞାନିକ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର, ଅନ୍ୟାନ୍ୟ ସମ୍ମାନିତ ଅତିଥି ରୂପେ ପ୍ରଶାନ୍ତ କୁମାର ପଟ୍ଟନାୟ ଜିଲ୍ଲା କୃଷି ଅଧିକାରୀ, ମହେନ୍ଦ୍ର କୁମାର ମାଝି ଜିଲ୍ଲା ଉଦ୍ୟାନକୃଷି ଅଧିକାରୀ, ମନୋଜ କୁମାର ପାତ୍ର ଜିଲ୍ଲା ମତ୍ସ୍ୟ ଅଧିକାରୀ,ଡ. ଜି.ଏସ୍ ଶତପଥୀ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ସମସ୍ତ ବ୍ଲକର ଭି.ଏ,ଏସ ଅଧିକାରୀ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ବୌଜ୍ଞାନିକ, କର୍ମଚାରୀ, ବିଭିନ୍ନ ଏନଜିଓର କର୍ମକର୍ତ୍ତା ଏବଂ ଜିଲ୍ଲାର ଚାଷିମାନଙ୍କ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ