ସୋଲଣ୍ଡି ବିଦ୍ୟାଳୟରେ “ମୋ ସ୍କୁଲ” କାର୍ଯ୍ୟକ୍ରମ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ସୋଲଣ୍ଡି ର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାର୍ଚ୍ଚ ୧୫ ତାରିଖ ଦିନ “ମୋ ସ୍କୁଲ” କାର୍ଯ୍ୟକ୍ରମକୁ ଗୋଳାବନ୍ଧ ପଞ୍ଚାୟତର ସରପଞ୍ଚ ମଉନା ଜେନା ଉଦଘାଟନ କରିଛନ୍ତି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସୋଲଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଙ୍କର ଜେନା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଜେନା, ସମ୍ମାନିତ ଅତିଥି ଭାବେ ଏସଏମସି ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ, ସହକାରୀ ଶିକ୍ଷକ ସତ୍ୟ ସେଠୀ, ଗୋପାଳ କୃଷ୍ଣ ପଣ୍ଡା ଓ ସନ୍ୟାସୀ ସାହୁ ଏବଂ ସହକାରୀ ଶିକ୍ଷୟିତ୍ରୀ ରେଜୀନା ସେଠୀ ଓ ମମତା ପଣ୍ଡା ଯୋଗଦେଇଥିଲେ। ରାଜ୍ୟ ସରକାରଙ୍କ “ମୋ ସ୍କୁଲ” କାର୍ଯ୍ୟକ୍ରମ ପ୍ରକାରେ ସୋଲଣ୍ଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପକ୍ଷରୁ ୨୦ ହଜାର ଟଙ୍କା ଜମା ହୋଇଥିଲା। “ମୋ ସ୍କୁଲ” ଆଇନ ପ୍ରକାରେ ରାଜ୍ୟ ସରକାର ଦୁଇଗୁଣ ଟଙ୍କା ମିଶାଇ ୬୦ ହଜାର ଟଙ୍କା ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ବିଦ୍ୟାଳୟ ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ ସେହି ୬୦ ହଜାର ଟଙ୍କାର ଛାତ୍ରଛାତ୍ରୀ ବସିବା ପାଇଁ ଇସ୍ପାତର ଲମ୍ବା ଚେୟାର ଟେବଲ ନିର୍ମାଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ବୃନ୍ଦ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ