ସ୍କାଉଟ ଗାଇଡ୍‌ର ରାଜ୍ୟପୁରସ୍କାର କର୍ମଶାଳା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ଏକ ରାଜ୍ୟପୁରସ୍କାର କର୍ମଶାଳା ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ହେଉଅଛି । ଏହି କର୍ମଶାଳାରେ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ଭୁବନେଶ୍ୱର, ବଲାଙ୍ଗୀର, କଟକ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଆଦି ୧୬ ଗୋଟି ଜିଲ୍ଲାରୁ ମୋଟ ୭୬ଜଣ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନଙ୍କୁ ନେଇ ତା୧୧.୦୭.୨୦୨୩ରିଖ ଠାରୁ ତା୧୩.୦୭.୨୦୨୩ରିଖ ପର୍ଯ୍ୟନ୍ତ ଉକ୍ତ କର୍ମଶାଳା ହେଉଅଛି । ଅପରାହ୍ନରେ ରାଜ୍ୟ ମୁଖ୍ୟକମିଶନର ଡଃ. କାଳିପ୍ରସାଦ ମିଶ୍ର ଏବଂ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଯୋଗଦେଇ ସ୍କାଉଟ ଗାଇଡ୍‌ମାନଙ୍କର ରାଜ୍ୟପୁରସ୍କାର ପରୀକ୍ଷା କିପରି ଭାବରେ ସୁଚାରୁ ରୂପେ ପିଲାମାନେ ନିଜ ନିଜ ଜିଲ୍ଲାରେ ଦେଇପାରିବେ ଏବଂ ସ୍କାଉଟ ଗାଇଡ୍ ପିଲାମାନେ ରାଜ୍ୟ ପୁରସ୍କାର ପରୀକ୍ଷା ଦେବାକୁ ହେଲେ କ’ଣ ସବୁ ସେମାନଙ୍କର ପ୍ରସ୍ତୁତି ରହିବା ଦରକାର ସେଥିପ୍ରତି ସମ୍ୟକ ଧାରଣା ଦେଇଥିଲେ । ଏହି କର୍ମଶାଳା ରାଜ୍ୟ ଗାଇଡ୍ ସଂଗଠନ କମିଶନର ଏବଂ ଆଡିମିନିଷ୍ଟ୍ରେଟିଭ୍ ଅଫିସର ଶ୍ରୀମତୀ ଅନାମିକା ଦାସ, ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ମିହିର ରଞ୍ଜନ ପଟ୍ଟନାୟକ, ରାଜ୍ୟ ତାଲିମ କମିଶନର (ସ୍କାଉଟ) ଶ୍ରୀ ସୁରଜିତ୍ ସେନ୍‌, ରାଜ୍ୟ ତାଲିମ କମିଶନର (ଗାଇଡ୍‌) ପ୍ରିୟଦର୍ଶିନୀ ମହାପାତ୍ରଙ୍କ ତତ୍ୱାବଧାନରେ ପରିଚାଳିତ ହେଉଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ