ବିଏମ୍‌ସି ଅଧିକାରୀଙ୍କୁ ଘେରିଲେ ଉଠାଦୋକାନୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବୁଧବା ଦିନ ୧୦ ଘଟିକା ସମୟରେ ବିଏମ୍‌ସି ଉତ୍ତର ଜୋନର ଅଧିକାରୀମାନେ କୌଣସି ସୂଚନା ନ ଦେଇ ହଠାତ୍ ଶୈଳଶ୍ରୀ ବିହାର ବିଦ୍ୟୁତ ବିଭାଗ ପାଖରେ ଥିବା ଉଠାଦୋକାନୀ ନିକଟରେ ଉଚ୍ଛେଦକାରୀ ଦଳ ପହଞ୍ôଚ ଆଇନକୁ ଉଲଙ୍ଘନ କରି ବୁଲଡୋଜର ଲଗାଇ ଉଚ୍ଛେଦ କରିବା ସମୟରେ ସେଠାରେ ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ସମ୍ପାଦକ ଅନୁଜ କୁମାର ପ୍ରଧାନ ଓ ଲଲାଟ କୁମାର ଓଝା, ଶୁଭଶ୍ରୀ ମହାନ୍ତି, ଜଗବନ୍ଧୁ ବେହେରା ପ୍ରମୁଖ ପହଞ୍ôଚ ଉଚ୍ଛେଦକାରୀ ଦଳଙ୍କୁ କେଉଁ ଆଇନ ବଳରେ ଉଚ୍ଛେଦ କରୁଛନ୍ତି, ଉଠାଦୋକାନୀ ଆଇନ ମାନୁଛନ୍ତି ନା ନାହିଁ, ସମ୍ବିଧାନର ଧାରା ୧୯(୧)(ଛ)କୁ ସମ୍ମାନ ଦେଉଛନ୍ତି ନା ନାହିଁ ଆଦି ପ୍ରଶ୍ନ ପଚାରିଥିଲେ । କିନ୍ତୁ ଉଚ୍ଛେଦକାରୀ ଦଳ କୌଣସି ପ୍ରଶ୍ନର ଉତ୍ତର ନଦେଇ ମିଛରେ ଏଣୁତେଣୁ କହି ଭୁଲାଇ ଦେବାକୁ ଚେଷ୍ଟା କରିବାରୁ ଉଠାଦୋକାନୀମାନେ ବିଏମ୍‌ସି ଅଧିକାରୀଙ୍କୁ ଘେରିବା ସହ ବୁଲ୍‌ଡୋଜର ଆଗରେ ଛିଡ଼ା ହୋଇ ବିରୋଧ କରିବାରୁ ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବର ପାଇ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ସେଠାରେ ପହଞ୍ôଚ ଉଠାଦୋକାନୀ ଆଇନ, ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ମାନୁଛନ୍ତି କି ନାହିଁ ପ୍ରଶ୍ନ ପଚାରିଥିଲେ । ଫଳରେ ଉଚ୍ଛେଦକାରୀ ଦଳ ସେଠାରୁ ଫେରି ଯାଇଥିଲେ ଏବଂ ସ୍ଥାନୀୟ କର୍ପୋରେଟର ଆସି ସମସ୍ତ ଦୋକାନୀମାନଙ୍କୁ ବୁଝାସୁଝା କରି ବିଏମ୍‌ସିର ଡେପୁଟି କମିଶନରଙ୍କ ପାଖକୁ ନେଇ ସ୍ଥାୟୀ ଥଇଥାନ କରିବା ପାଇଁ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ସହରରେ ଏବେ ବିଏମ୍‌ସି, ବିଡିଏ, ଜିଏ ଉଠାଦୋକାନୀ ଆଇନ ନମାନି ଯେଉଁଭଳି ଭାବରେ ଉଠାଦୋକନଗୁଡ଼ିକୁ ଉଚ୍ଛେଦ କରି ଚାଲିଛନ୍ତି ତାହା ସମ୍ବିଧାନ ବିରୋଧୀ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ସମ୍ବିଧାନକୁ ନ ମାନିବା ପାଇଁ ବିଏମ୍‌ସି କମିଶନର, ବିଡ଼ିଏ ଉପାଧ୍ୟକ୍ଷ କଣ ତାଙ୍କର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କି? ଯଦି ଏହିଭଳି ଅନ୍ୟାୟ ଭାବରେ ଉଠାଦୋକାନ ଉଚ୍ଛେଦ କରି ଚାଲନ୍ତି, ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବା ସହ ଯଦି ଆଇନକୁ ହାତକୁ ନେବାକୁ ପଡ଼େ ତାହାହେଲେ ମହାସଂଘ ପଛଘୁଞ୍ଚା ଦେବନାହିଁ ବୋଲି ଶ୍ରୀ ସାହୁ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ୨୦ଟି ସଂଘର ସଭାପତି, ସମ୍ପାଦକ ଓ ସଭ୍ୟମାନଙ୍କ ସମେତ ସୁଶାନ୍ତ କୁମାର ରାଉତ, ପ୍ରଦୀପ ସାହୁ, ମନୋଜ ସୂତାର, ବଂଶୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ