ସ୍ଥାନୀୟ ପ୍ରଶାସନର ଦୃଷ୍ଟି ନାହିଁ ଆନ୍ଧ୍ରା ପ୍ରଶାସନ ଧରୁଛି
ବ୍ରହ୍ମପୁର,(ୱାଇଏନ୍ଏସ୍): ବିଭିନ୍ନ ଅଞ୍ଚଳରୁ ବେଆଇନ ଭାବେ ଆନ୍ଧ୍ରା କୁ ବାଲି ଚାଲାଣ ହେଉଥିବା ଅଭିଯୋଗ ବାରମ୍ବାର ସାମ୍ନାକୁ ଆସିବାରେ ଲାଗିଛି | ଏମିତି କିଛି ବାଲି ଚୋରା ଚାଲାଣକାରୀ ମାଫିଆ ଙ୍କୁ ଆନ୍ଦ୍ରା ପୋଲିସ ଅଧିକାରୀ ଗତ କିଛି ଦିନ ତଳେ ଓଡିଶା ଆନ୍ଧ୍ରା ଅନ୍ତହ ରାଜ୍ୟ ତନଖି ଫାଟକ ଗିରିଶୋଲା ଠାରେ ଜବତ କରିଥିବା ସୂଚନା ମିଳିଛି | ରାତ୍ରି କାଳୀନ କାର୍ଯ୍ୟରତ କିଛି ପୁଲିସ କର୍ମଚାରୀ ଏକା ସଙ୍ଗେ ତିନି ରୁ ଉର୍ଦ୍ଧ ଗାଡିକୁ ଅଟକାଇ ତଦନ୍ତ କରିବା ବେଳେ ତାହା ବେଆଇନ ଭାବେ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ | ଏହା ଜାଣିବା ପରେ ମଧ୍ୟ ସେମାନଙ୍କୁ କିଛି ଜୋରିମାନା ଆଦାୟ କରି ଛାଡି ଦେଇ ଥିବା ଜଣାପଡିଛି | ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆନ୍ଦ୍ରାକୁ ଦୈନିକ ସହ ସହ ଟ୍ରକ ଓ ହାଇବା ଦ୍ୱାରା ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଆନ୍ଧ୍ରା ପ୍ରଶାସନ ଚୋରା ବାଲି ଗାଡିକୁ ଜବତ କରିଥିଲେ | ବାଲି ମାଫିଆ ମାନେ ଅନେକ ଦିନ ଧରି ଏହି ଚୋରା କାରବାର ଚଲାଇ ଆସୁଛନ୍ତି | ସ୍ଥାନୀୟ ପ୍ରଶାସନ ଏସବୁକୁ ଜାଣି ମଧ୍ୟ ନ ଜାଣିବା ନୀତିରେ ରହୁଛନ୍ତି | ଗଞ୍ଜାମ ଜିଲ୍ଲାର ବହୁ ସ୍ଥାନରୁ ଏ ପରି ଆନ୍ଧ୍ରାକୁ ବାଲି ଚୋରା ଚାଲାଣ ହେଉଛି | ବେଳେ ବେଳେ ବାଲି ମାଫିଆଙ୍କୁ ବଞ୍ଚାଇବା ପାଇଁ ଛୋଟ ମୋଟ ବାଲି ବେପାରୀଙ୍କୁ ଧରି ପ୍ରଶାସନ ଓ ପୋଲିସ ଅତ୍ୟାଚାର କରୁଛି | ଗତ କିଛି ଦିନ ତଳେ ଶେରଗଡ଼ ବ୍ଲକ ଅନ୍ତର୍ଗତ ତଥା ହିଞ୍ଜଳିକାଟୁ ନିକଟସ୍ତ କୋଳିଦାସପୁରରେ ଗ୍ରାମବାସୀ ମାନେ ଚୋରା ବାଲି ଚାଲାଣ କାରୀଙ୍କୁ ଜବତ କରିବା ପାଇଁ ପ୍ରଶାସନ ନିକଟରେ ଦାବି କରିଥିଲେ | କିନ୍ତୁ କୌଣସି ପଦକ୍ଷେପ ପ୍ରଶାସନ ନ ନେବାରୁ ବାଧ୍ୟ୍ୟ ହୋଇ ଗ୍ରାମବାସି ଆଇନ ହାତକୁ ନେଇ କିଛି ବାଲି ଚୋରା ଚାଲାଣ କରୁଥିବା ଗାଡିକୁ ଅଟକାଇ ଥିଲେ କୌଣସି କାରଣ ରୁ ସଂଘର୍ଷ ଘଟି ଥିଲା ଓ ପରେ ଗାଡିରେ ନିଆ ଲଗାଇ ଥିଲେ ଏହି ଘଟଣାରେ କିଛି ବିନା ଦୋଷରେ ଥିବା ବ୍ୟକ୍ତିଙ୍କୁ ପୋଲିସ ମାରିବା ସହ ଥାନାରେ ମଧ୍ୟ ଅଟକ ରଖିଥିଲେ | ଏହି ଘଟଣା ପରେ ବାଲି ମାଫିଆ ମାନେ ଭୟବିତ ହୋଇ ବାଲି ଚାଲାଣ ସମ୍ପୂର୍ଣ ବନ୍ଦ କରିଥିଲେ ପରବର୍ତୀ ସମୟରେ ଭୁବନେଶ୍ୱର ର କିଛି ପ୍ରଶାସନ ଅଧିକାରୀ ଆସି ଜିଲ୍ଲା ର କେତେକ ସ୍ଥାନରେ ବାଲି ଚୋରା ଚାଲାଣ ହେଉଥିବା ବେଳେ ଗାଡି ସହ ଯେସିବି ଜବତ କରିଥିବା ଜଣା ପଡିଛି | ତେବେ ଏପରି ବାଲି ଚୋରା ଚାଲାଣ କାରୀଙ୍କୁ ଜବତ କରିବା ସହ ପ୍ରଶାସନ ଏହାର ସମାଧାନ କେବେ କରିବ ବୋଲି ସାଧାରଣ ରେ ପ୍ରଶ୍ନ ଉଠିଛି,ଏମିତି ପରିସ୍ଥିତିରେ ଲୋକମାଙ୍କର ଭରସା ପ୍ରଶାସନ ଉପରୁ ଉଠିଯାଇଛି | ଏହା ସହ ପ୍ରଶ୍ନ ଉଠିଛି ଯେ ଚୋରା ଚାଲାଣ ବିଷୟରେ ସ୍ଥାନୀୟ ପ୍ରଶାସନ କିପରି କିଛି ଜାଣିପାରୁ ନାହିଁ,ପୋଲିସ ଓ ପ୍ରଶାସନର ବହୁ ନିୟମ ସତ୍ୱେ ମଧ୍ୟ ବାଲି ମାଫିଆ ମାନେ ବେଧଡକ ଭାବେ ଆନ୍ଦ୍ରାରେ କିପରି ପହଞ୍ଚୁଛନ୍ତି | ପ୍ରତ୍ୟକ ଦିନ ସହ ସହ ଟ୍ରକ ରେ ଜିଲ୍ଲା ବାହାରକୁ ବାଲି ଚାଲାଣ ହେଉଥିବାବେଳେ ପ୍ରଶାସନ ଏହାକୁ ନଜର ଅନ୍ଦାଜ କରି ଚାଲିବା ଅଭିଯୋଗ ହେଉଛି | ନିକଟରେ ଘଟିଥିବା ହିଞ୍ଜିଳିକାଟୁ ର ଘଟଣା ପରେ ମଧ୍ୟ ଚେତିନୀ ପ୍ରଶାସନ | ଆଗାମୀ ଦିନରେ ଯଦି ଏଭଳି ଘଟଣା କେଉଁ ଠାରେ ଘଟେ ତେବେ ଏଥି ପ୍ରତି ଦାଇ କିଏ ରହିବ ? ଏପରି ବାଲି ଚୋରା ଚାଲାଣ ଫଳରେ ସରକାରଙ୍କ ରାଜସ୍ୱ କ୍ଷତି ଘଟୁଛି,ଏଥି ପ୍ରତି ପ୍ରଶାସନ ଯଦି ଦୃଷ୍ଟି ନ ଦିଏ ତେବେ ଆଗାମୀ ଦିନରେ ଜିଲ୍ଲାରେ ଜନ ଆନ୍ଦୋଳନ ମୁଣ୍ଡ ଟେକିବ ନିଶ୍ଚୟ ତେଣୁ ବେଳ ଥାଉ ଥାଉ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ସହ ଚୋରା ବାଲି ଚାଲାଣ କାରୀଙ୍କୁ ଜବତ କରିବା ସହ ଉଚିତ ପଦକ୍ଷେପ ନେବା ପାଇଁ ବିଭିନ୍ନ ମହଲରୁ ଦାବି ହେଉଛି |


