ସ୍ବାଧିନତା ଦିବସରେ ଶ୍ରେଷ୍ଠ ଛାତ୍ରଛାତ୍ରୀ’ଙ୍କୁ ପୁରସ୍କାର ପ୍ରଦାନ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମପଞ୍ଚାୟତ ପରିସରରେ ସରପଞ୍ଚ କାଶୁ ମାଝୀ’ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଥିବା ୭୫’ ତମ ସ୍ବାଧିନତା ଦିବସ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଛାତ୍ରଛାତ୍ରୀ’ଙ୍କୁ ପୁରସ୍କୃତ କରାଯାଇ ପ୍ରସ୍ତାହିତ କରାଯାଇଛି। ସ୍ବାଧିନତା ର ସ୍ବର୍ଣ୍ଣିମ ୭୫’ ବର୍ଷ ପୁର୍ତ୍ତି ଉପଲକ୍ଷେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଥିବାବେଳେ ଯଶିପୁର ଗ୍ରାମପଞ୍ଚାୟତରେ ସରପଞ୍ଚ କାଶୁ ମାଝୀ’ଙ୍କ ଅଧ୍ୟକ୍ଷତାରେ ୭୫’ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ପଞ୍ଚାୟତ ପକ୍ଷରୁ ଡାକବାଜି ଯନ୍ତ୍ର ସହିତ ଜାତୀୟ ପତାକା ତ୍ରୀରଙ୍ଗା ରେ ସଜ୍ଜିତ ଏକ ପିକଅପ୍ ଭ୍ୟାନ ପଞ୍ଚାୟତ ର ସମସ୍ତ ଗ୍ରାମକୁ “ରଘୁପତି ରାଘବ ରାଜାରାମ…’ ଦେଶାତ୍ମ ସଂଗୀତ ବଜାଇ ପରିକ୍ରମା କରିଥିଲା। ଏହାପରେ ସୁରଦା, ଯଶିପୁର ଏବଂ କୁଦରସାହି ଗ୍ରାମର ଉଚ୍ଚବିଦ୍ୟାଳୟ ଏବଂ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଶିକ୍ଷକ ମାନଙ୍କ ମାର୍ଗଦର୍ଶନରେ ରାଷ୍ଟ୍ର ସଂଗୀତ ଗାନ କରିବା ସହ ଦେଶାତ୍ମବୋଧକ ସ୍ଲୋଗାନ ମାନେ ଦେଇ ପ୍ରଭାତଫେରି କରିଥିଲେ। ପରେ ଗ୍ରାମପଞ୍ଚାୟତ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ’ଙ୍କ ସହିତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ସରପଞ୍ଚ କାଶୁ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଅତିଥି, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ମାନେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ସରପଞ୍ଚ କାଶୁ ମାଝୀ’ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସାଧାରଣ ସଭାରେ ୨୫’ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଭଗବତୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ କମଳାକାନ୍ତ ନାଏକ, ପୂର୍ବତନ ସରପଞ୍ଚ ହରମୋହନ ବେହେରା, ଯଶିପୁର ମଙ୍ଗଲ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଣଜୀତ କୁମାର ବାରିକ, ଯଶିପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହେମନ୍ତ ଦାସ, ଶିକ୍ଷକ ପହଲମାନ ବାରିକ, ଶିକ୍ଷକ ଅଜୟ କୁମାର ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ୭୫’ ତମ ସ୍ବାଧିନତା ଦିବସ ଉପଲକ୍ଷେ ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଦେଶର ଭବିଶ୍ୟତ ଭାବେ ସମ୍ବର୍ଦ୍ଧିତ କରିବା ସହ ଶ୍ରେଷ୍ଠ ଛାତ୍ରଛାତ୍ରୀ’ଙ୍କୁ ପୁରସ୍କୃତ କରାଯାଇଥିଲା। ଯଶିପୁର, ମଙ୍ଗଲ ହାଇସ୍କୁଲ ର ୨୦୨୨’ ଟପ୍ପର ହରିଶଙ୍କର ଦଳେଇ, ଯଶିପୁର, ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ୨୦୨୨’ ଟପ୍ପର କୁମାରୀ ଲକ୍ଷ୍ମୀ ହାଁସଦାଃ, ସୁରଦା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ୨୦୨୨’ ଟପ୍ପର ଶ୍ରୀ ମାହା ହାଁସଦାଃ ଏବଂ କୁଦରସାହି ଉଚ୍ଚପ୍ରାଥମିକ ବିଦ୍ୟାଳୟର ୨୦୨୨’ ଟପ୍ପର ଶ୍ରୀ ପିଥ ହେମ୍ବ୍ରମ’ଙ୍କୁ ଟ୍ରଫି ସହ ପ୍ରସ୍ତାହନ ରାଶି ପ୍ରଦାନ କରା ଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ