ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ପୋଷାକ ବିତରଣ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଂଜାମ ବେଲଗୁଣ୍ଠା ସ୍ଥିତ ସ୍ବାମୀ ବିବେକାନନ୍ଦ ଶିଶୁ ମନ୍ଦିର ପରିସର ରେ ବିଶ୍ୱବିଜୟୀ ସ୍ବାମୀ ବିବେକାନନ୍ଦ ଙ୍କ ଜୟନ୍ତୀ ତଥା ଯୁବ ଦିବସ ମହା ସମାରୋହରେ ପାଳିତ ହୋଇଯାଇ ଅଛି। ପ୍ରାତଃ ରେ ଛାତ୍ର ଛାତ୍ରୀ ମାନେ ସ୍ୱାମୀଜୀ ଙ୍କ ଗୁଣ ଗାନ କରିବା ସହିତ ବାଣୀ ଜନସାଧାରଣ ଙ୍କ ମଧ୍ୟରେ ପ୍ରଚାର ପ୍ରସାର କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ସୁଶାନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମାନବ ସେବା ହିଁ ନାରାୟଣ ସେବା ଉକ୍ତିକୁ ନଜରରେ ରଖି ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ( ଥିଲେ ଦିଅ ନଥିଲେ ନିଅ ) କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥଲା। ସହର ରେ ୩ ଦିନ ପୁର୍ବରୁ ସୂଚନା ଦେଇ ସଂଗୃହିତ ପୁରୁଣା ବସ୍ତ୍ର , କମ୍ବଳ , ଛତା , ଜୋତା , ବାସନ କୁସନ ଆବଶ୍ୟକ ମଣୁ ଥିବା ଜନ ସାଧାରଣ ଙ୍କୁ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ସହ ପ୍ରଧାନ ଅଚର୍ଯ୍ୟା ସଂଘମିତ୍ରା ନାୟକ ଙ୍କ ସମେତ ଶୁଭଶ୍ରୀ, ରଶ୍ମିତା, ସୌଭାଗ୍ୟ, ରୁବି, ପୁଜା, ପିଙ୍କି, ମାଧୁରୀ, ଶୁଭମ ଗୁରୂମା ଏବଂ ସୁକାନ୍ତ, ଶିବରାମ, ବସନ୍ତ, ସତ୍ୟ ଓ ସୂର୍ଯ୍ୟ ଗୁରୁଜୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ